ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ ଦୁରୁଦୁରା କୁ ଆସିଲା ଦେବଦଳନ ରଥ ଚକ

 



 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତରେ ଗଢ଼ିଉଠିଥିବା ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ ରେ ପହଁଚିଲା ମା ସୁଭଦ୍ରାଙ୍କ ଦେବଦୋଳନ ରଥ ଚକ। .ସୁଚନା ମୁତାବକ ଦୁରୁଦୁରା ପଂଚାୟତର ଜୁବ ସଂଗ୍ରାହକ ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ ର ସମ୍ପାଦକ ସଂଜୟ କୁମାର ସାହୁ ଙ୍କ ଆପ୍ରାଣ ଚେଷ୍ଟା ଓ ଇଛା ଶକ୍ତି  ତାଙ୍କୁ ଜଣେ ସଫଳ ସଂଗ୍ରାହକ ଭାବରେ ପରିଚୟ ଦେଇଛି । ବାପା ମାଙ୍କ ଆଶ୍ରିବାଦ ବଳରେ ସେ ଦଣ୍ଡାୟମାନ କରିଛନ୍ତି ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ । ଆଜି ଉତିର୍ଣ୍ଣ ହୋଇଛନ୍ତି ଆଉଗୋଟିଏ ପାହାଚରେ  ।  ଜଗତର ନାଥ ଜଗନ୍ନାଥ ସଙ୍କୃତି  ଆପ୍ୟାଇତ ହୋଇ ଜୀବନର ସମସ୍ତ କାର୍ଯ୍ୟକୁ ଜଗର୍ନ୍ନାଥ୍ଙ୍କ ଉଦେଶ୍ୟରେ ସମର୍ପି ଦେଇଛନ୍ତି ।


ତାହାର ଫଳଶୋରୁପ ଆଜି ପୁରୀରୁ ସଂଗ୍ରାହଳୟ କୁ ଆସିଲା ଦେବଦୋଳନ ରଥ ଚକ  ନିଜସ୍ଵ ଗ୍ରାମ ଦୂରଦୂରରେ ପହଞ୍ଚିଛି । ଅଞ୍ଚଳର ସମସ୍ତ ଆବାଳ ବୃଧବନିତା ଏକତ୍ରିତ ହୋଇ ଭବ୍ୟ ସମ୍ବର୍ଧନା କରିଥିଲେ ରଥ ଚକକୁ ।ଘଣ୍ଟ ,ଘଣ୍ଟା ,ହରିବୋଲ ହୁଳହୁଳିରେ ଚତୁର୍ଦିଗଚ ଜଗନ୍ନାଥ ମୟ ହୋଇୟାଇଥିଲା । ଗ୍ରାମର ଆରମ୍ଭରୁ ଏକ ବଡପଟୁଆରେ ଦେବଦୋଳନ ରଥ ଚକ କୁ ଗ୍ରାମପରିକ୍ରମ କରି ସଂଗ୍ରାହଳୟ ସ୍ଥାପନ କରଯାଇଥିଲା ।  ଆଜିର ଏହି ମହାନ ଦିବସରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଥିଲେ । ମା ସୁଭଦ୍ରାଙ୍କ ରଥର ଚକକୁ ଦର୍ଶନ କରିବା ସହିତ ଗ୍ରାମ ପରିକ୍ରମା କରିଥିଲେ ।

ଶ୍ରୀ ଜଗନ୍ନାଥ ସଂଗ୍ରାହଳୟ ମଧ୍ୟରେ ସଞ୍ଜୟଙ୍କ ଦ୍ଵାରା ସଂଗ୍ରହ କରାଯାଇଥିବା ସମସ୍ତ ପୋଥି
,ଦେଶବିଦେଶର ଖବର କାଗଜ ,ପାଞ୍ଜି ଦେଖି ଖୁସି ହୋଇଯାଇଥିଲେ  ସଂଗ୍ରାହଳୟ ର କିଭଳି  ଉର୍ଣ୍ଣତି କରାଜିବ ଓ ଏକ ସ୍ଥାଇ ଭବନ ନିର୍ମାଣ କରାଯିବ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ସଞ୍ଜୟ । ମାନ୍ୟବର ବିଧାୟକ ସହାୟତାର କରିବାପାଇଁ ପ୍ରତିସୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୂର୍ବତନ ସାଂସଦ ଡ
ପ୍ରସନ୍ନ  ପଟଶାଣି,ଉପାଧକ୍ଷ ନୂଆଗାଁ ପର୍ଶୁରାମ ସ୍ୱାଇଁ,ସ୍ଥାନିୟ ସରପଂଚ ଜିତେନ୍ଦ୍ର କୁମାର ସାହୁ,ସମିତି ସଭ୍ୟ , ସହିତ ଆଖପାଖ ଅଂଚଳର ବୁଧୀଜିବୀ ସମାଜ ସେବୀ ଜଗନ୍ନାଥ ପ୍ରେମୀ ଙ୍କ ସହିତ ହଜାର ହଜାର ଲୋକ ଉପସ୍ଥିତ ରହିଥିଲେ।ଅଞ୍ଚଳରେ ଏକପ୍ରକାର ଭକ୍ତି ମୟ ପରିବେଶ ସୁଷ୍ଟି ହୋଇଥିଲା।

Post a Comment

0 Comments