୨୦୧୨ ମସିହାରୁ ହକିର ଯାଦୁଗର , ବିଶ୍ୱର ଶ୍ରେଷ୍ଠ ହକି ଖେଳାଳୀ ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଆମେ ଜାତୀୟ କ୍ରୀଡା ଦିବସ ଭାବେ ପାଳିତ କରୁଅଛେ। ଅଗଷ୍ଟ ୨୯ ତାରିଖ ୨୦୨୩ ମସିହାରେ ସମଗ୍ର ଭାରତ ବର୍ଷରେ ପାଳନ କରାଯାଉଛି ୧୨ ତମ ଜାତୀୟ କ୍ରୀଡା ଦିବସ।ଏହି ଅବସରରେ ନୟାଗଡ଼ ଜିଲ୍ଲା ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନେଇ ପାଳିତ ହୋଇଅଛି ଜାତୀୟ କ୍ରୀଡା ଦିବସ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ କ୍ରିଡା ଶିକ୍ଷୟିତ୍ରୀ ଦେବସ୍ମିତା ନାୟକଙ୍କ ସଂଯୋଜନାରେ ଉଭୟ ଶିକ୍ଷକ ତଥା ବିଦ୍ୟାର୍ଥୀ ଏହି ଦିବସର ପ୍ରାସଙ୍ଗିକତା ତଥା ଛାତ୍ରଛାତ୍ରୀଙ୍କ ପାଇଁ କ୍ରିଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଚଳିତ ବର୍ଷ ଜାତୀୟ କ୍ରୀଡା ଦିବସର ପ୍ରସଙ୍ଗ ' କ୍ରୀଡା ମାଧ୍ୟମରେ ସମାଜକୁ ସୁସ୍ଥ ଓ ସୁସଂଗଠିତ କରିବା ସମ୍ଭବ ' ବିଷୟ ଥିବାବେଳେ ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଖେଳ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ସହ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ/ଶିକ୍ଷକ ଆଦିତ୍ୟ ପ୍ରସାଦ ଦାସ,ଚିନ୍ମୟୀ ନାୟକ, ଶ୍ରୀହର୍ଷ ମହାପାତ୍ର ଏବଂ ଛାତ୍ର ପ୍ରମୋଦ କୁମାର ସ୍ୱାଇଁ,ଲିପୁନ ନାୟକ ବିଦ୍ୟାଳୟରେ ବିଭିନ୍ନ କ୍ରୀଡାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ଶିକ୍ଷକ ସୀତାରାମ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
0 Comments