ନୂଆଗାଁ ଛାତ୍ର ଛାତ୍ରୀଙ୍କର ଶାରୀରିକ ମାନସିକ ଅବିବୃଦ୍ଧି ନିମନ୍ତେ ବିଦ୍ୟାଳୟ ମଧ୍ୟ୍ୟରେ ବହୁ କାର୍ଯ୍ୟକ୍ରମ ହୋଇଥାଏ. ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ଚହlଲି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟlଳୟ ମଧ୍ୟରେ ବିଜ୍ଞାନ ପ୍ରଦର୍ଶନୀ ଓ ଗଣିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନିକ ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବାରେ ଓଡିଶା ଅର୍ଥ ବିଭାଗର ଯୁଗ୍ମ ସଚିବ କୃଷ୍ଣ ଚନ୍ଦ୍ର ସତପଥି, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଆଲୁମୀୟମ କମିଟିର ସଭ୍ୟ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ l ଏଥିରେ 60ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l
0 Comments