ଚଳିତ ବର୍ଷ ୨୦୨୩-୨୪ ପାଇଁ ନୂଆଗାଁ ଆଦର୍ଶ ବିଦ୍ୟାଳୟର ୨ୟ ପରିଚାଳନା ଓ ଉରନ୍ନତିକରଣ ସଭା ଅନୁଷ୍ଠିତ

 


ନୟାଗଡ ଜିଲ୍ଲା ନୂଆଗାଁ ସଦର ମହକୁମାରେ ଥିବା ହାଇସ୍କୁଲ ବିଦ୍ୟାଳୟ ପରିସରରେ ଆଦର୍ଶ ବିଦ୍ୟାଳୟର ପରିଚାଳନା ଓ ଉରନ୍ନତିକରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଭାରେ ଚଳିତ ୨୦୨୩-୨୪ ବର୍ଷ ପାଇଁ ଆଦର୍ଶ ବିଦ୍ୟାଳୟର ଉରନ୍ନତି କରଣ କରିବା ନିମନ୍ତେ ବିଭିର୍ନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ସେ ଗୁଡିକ ହେଲା ଶ୍ରେଣୀଗୃହ ଅଭାବ,ପାଇଖାନା ଗୃହ ,ପାନୀୟଳଜ ସୁବ୍ୟବସ୍ଥା,ବେଞ୍ଚ ଟେବୁଲ,ରୋଷେଇଘର,ଷଷ୍ଠ ସପ୍ତମ ଶ୍ରେଣୀ ପାଇଁ ଓଡିଆ ବହି,ବିଜ୍ଞାନ ,ଛାତ୍ର ଛାତ୍ରୀ ଙ୍କ ପାଇଁ ହଷ୍ଟେଲ। ଏହି ସବୁ ପ୍ରସଙ୍ଗକୁ ନେଇ ସଭାରେ ଆଲୋଚନା କରଯାଇଥିଲା । ଆଜିର ସଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ । ନୟାଗଡ ଜିଲ୍ଲାପାଳ ଙ୍କ ପ୍ରତିନିଧି ଭାବରେ ନୂଆଗାଁ ବ୍ଲକ ବିଡିଓ ତଥା ବିଦ୍ୟାଳୟର ଉପାଧକ୍ଷ ସଚିଦାନନ୍ଦ ମିଶ୍ର ,ନୂଆଗାଁ ବ୍ଲକ ଆସିଷ୍ଟାନ୍ତ ଇନ୍ଜିନିଅର ନୂଆଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ,ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଶିକ୍ଷାବିତ ପ୍ରତିନିଧି ବିଜ୍ଞାନ ଶିକ୍ଷକ ଶିଶିର କୁମାର ସାହୁ,ଆଦର୍ଶ ବିଦ୍ୟାଳୟର ଆବାହକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ପାଇଁ ନୂଆଗାଁ ଆଦର୍ଶ ବିଦ୍ୟାଳୟର ବିଭିର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରଯାଇଥିଲା । ଖୁବ ଶିଗ୍ର ସମସ୍ତ ପ୍ରସଙ୍ଗ ଉପରେ କାର୍ଯ୍ୟ ହେବା ପାଇଁ ନିସ୍ପତି ହୋଇଥିଲା ।

Post a Comment

0 Comments