ନୂଆଗାଁ ବ୍ଲକ ପରିସରରେ ଥିବା ସଭା ଗୃହରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ।। ଆଜିର ଏହି ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା,ନୂଆଗାଁ ବ୍ଲକ ବିଡିଓ ସାଚିଦାନନ୍ଦ ମିଶ୍ର , ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଉପାଧକ୍ଷ ପର୍ଶୁରାମ ସ୍ୱାଇଁ,୧୭ ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ,୧୬ ଜିଲ୍ଲା ପରିଷଦ ସଭ୍ୟା ଜେସ୍ମିନ ଦାସ ,କନ୍ଧମାଳ ସାଂସଦ ପ୍ରତିନିଧି ବିଜୟ କୁମାର ଶାସମଲ ,ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ. ତତ ସହିତ ସମସ୍ତ ଲାଇନ୍ସ ବିଭାଗର ଅଧିକରୀ ଉପସ୍ଥିତ ରହିଥିଲେ । ବ୍ଲକ ମଧ୍ୟରେ ଥିବା ସମସ୍ତ ବିଭାଗ ଉପରେ ଆଲୋଚନା କରଯାଇଥିଲା । ସହିତ କୃଷି,ରାସ୍ତା ,ଉଦ୍ୟାନ ,ଜଙ୍ଗଲ,ସ୍ୱାସ୍ଥ୍ୟ ,ଶିକ୍ଷା,ରାସନ ଉପରେ ସବିଶେଷ ଆଲୋଚନା କରଯାଇଥିଲା । ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଗ୍ରାମାଞ୍ଚଳରେ ବିଦୂତ ବାରମ୍ବାର କାଟିବାରୁ ଯନଅସନ୍ତୋଷ ନେଇ ଆଲୋଚନା କରଯାଇଥିଲା । ବିଧାୟକ ଶ୍ରୀ ବେହେରା ପଂଚାୟତରେ ଥିବା ବିଭିର୍ନ୍ନ ଉନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସେଗୁଡିକୁ କିଭଳି ଶୀଘ୍ର ଶେଷ କରାଯିବ ଗୁରୁତ୍ଵାରୋପ କରିଥିଲେ।
0 Comments