ନୂଆଗାଁ ବ୍ଲକ ରେ ମୋ ଘର ଯୋଜନାରେ ପ୍ରଥମ ମଞ୍ଜୁର




ଓଡ଼ିଶା ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମଧ୍ୟରୁ ମୋ ଘର ଏକ ସ୍ଵତନ୍ତ୍ର  ଲୋକାଭିମୁଖୀ କାର୍ଯ୍ୟକ୍ରମ । ସଭିଙ୍କ ପାଇଁ ପକ୍କା ଘର , କଥା ରଖିଲେ ସରକାରଙ୍କର ନିଆରା ପ୍ରତିଶୃତି ମୋ ଘର ଯୋଜନା ରେ ପୂରଣ ହେବାକୁ ଯାଉଛି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ମୋ ଘର ଯୋଜନାରେ ସମୁଦାୟ ୪୨୨ ଜଣ ଆବେଦନକାରୀ ଥିବାବେଳେ ଆଜି ଓଡ଼ିଶା ଗ୍ରାମ୍ୟ ବ୍ଯାଙ୍କ , ନୂଆଗାଁ ଶାଖା ତରଫରୁ ହିତାଧିକାରୀ ରାଜକିଶୋର ସାହୁ , ନୂଆଗାଁଙ୍କୁ ପ୍ରଥମ କରି ୩,୦୦,୦୦୦ /- (ତିନି ଲକ୍ଷ ) ଲୋନ ମଞ୍ଜୁରୀ ମିଳିଛି । ଆଜି ନୂଆଗାଁ ବ୍ଲକ ପରିସର ମଧ୍ୟରେ ଶ୍ରୀ ରାଜକିଶୋର ସାହୁଙ୍କୁ ଉକ୍ତ ଲୋନର ମଞ୍ଜୁରୀ ପତ୍ର ବିଡିଓ ଶ୍ରୀ ସଚିଦାନନ୍ଦ ମିଶ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଗ୍ରାମ୍ୟ ବ୍ଯାଙ୍କ, ନୂଆଗାଁ ଶାଖା ପ୍ରବନ୍ଧକ  ସମ୍ବିଦ ମହାପାତ୍ର , ଏଇଇ  ଶ୍ରୀ ରାଜେନ୍ଦ୍ର ପଣ୍ଡା , ଜେଇ ନେତ୍ର ରଞ୍ଜନ ମିଶ୍ର , ବିପିସି କାର୍ତ୍ତିକ ଦାସ , ବିପିଏ ଦେବରାଜ ସାମଲ ସମୂହ ଉପସ୍ଥିତ ଥିଲେ । ବିଡିଓ ଶ୍ରୀ ସଚିଦାନନ୍ଦ ମିଶ୍ର ଓଡ଼ିଶାଗ୍ରାମ୍ୟ ବ୍ଯାଙ୍କ , ନୂଆଗାଁ ଶାଖା ପ୍ରବନ୍ଧକ ସମ୍ବିଦ ମହାପାତ୍ର ଙ୍କୁ ତାଙ୍କର ଅଭିନବ ପ୍ରୟାସ ପାଇଁ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments