ନୟାଗଡ ଜିଲ୍ଲା (ନୂଆଗାଁ )ନୂଆଗାଁ ବ୍ଲକ ଉଦୟପୁର ଗାଁରେ ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଗବେଷଣା କେନ୍ଦ୍ରକୁ ଓଡ଼ିଶାର ସର୍ବକନିଷ୍ଠ ରାଷ୍ଟ୍ରଦୂତ ପରଲୋକଗତ ବିରଜା ପ୍ରସାଦ ମଲ୍ଲିକଙ୍କ ଦ୍ୱାରା ରୁଷିଆ ଓ ମାଡି୍ରଡ୍ ଦେଶରୁ ସଂଗୃହୀତ ୨୦ଗୋଟି କଳାକୃତି ସାମଗ୍ରୀ ଏବଂ ଚଣ୍ଡୀଗଡ଼ର ତମ୍ବାରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ଏକ ଘୋଡ଼ା ରାଷ୍ଟ୍ରଦୂତଙ୍କ ପରିବାର ପକ୍ଷରୁ ପ୍ରଦାନ କରାଯାଇଛି । ବିଦେଶର ପ୍ରଦତ କଳାକୃତି ସାମଗ୍ରୀ ମଧ୍ୟରେ ରୁଷିଆରେ ଦିଆସିଲ୍ କାଠିରେ ନିର୍ମିତ ଏକ ବିରଳ କଳାକୃତି ସ୍ମାରକୀ ଖୁବ୍ ଆକର୍ଷଣୀୟ ହୋଇଛି । ବିରଜା ପ୍ରସାଦଙ୍କ ରାଷ୍ଟ୍ରଦୂତ ଜୀବନର ପ୍ରାରମ୍ଭରେ ଅଳ୍ପ ବୟସରେ ପରଲୋକ ହୋଇଥିଲା । ସେ ଓଡ଼ିଶାର ସର୍ବ କନିଷ୍ଠ ରାଷ୍ଟ୍ରଦୂତ ଥିଲେ । କମିଶନର ତଥା ଶାସନସଚିବ ବିଷ୍ଣୁପଦ ସେଠୀଙ୍କର ସେ ସମ୍ପର୍କୀୟ ଅଟନ୍ତି । ବିରଜା ପ୍ରସାଦଙ୍କ ଅମ୍ଳାନ ସ୍ମୃତିକୁ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ରାଜ୍ୟ ଓ ଦେଶବାସୀଙ୍କ ନିକଟରେ ଉଜ୍ଜୀବିତ କରି ରଖିବା ନିମନ୍ତେ ରାଷ୍ଟ୍ରଦୂତଙ୍କ ମାତା ସମାଜସେବୀ ବିଜୟା ମଲ୍ଲିକ ଭୁବନେଶ୍ୱରରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତ କଳାକୃତି ସାମଗ୍ରୀମାନକୁ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ।
0 Comments