ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି.



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୭୭ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି. ସୂଚନା ମୁତାବକ  ୨୨ଗୋଟି ପଞ୍ଚାୟତ ମଧ୍ୟରେ ଥିବା ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଅତି ନିରାଡ଼ମ୍ବର ସହିତ ପାଳନ ହୋଇଯାଇଛି ସ୍ୱାଧୀନତା ଦିବସହ. ନୂଆଗାଁ ସଦର ମହକୁମାରେ ଥିବା ପ୍ରାଇମେରୀ ସ୍କୁଲ ସମୁଖରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି. ନିର୍ଦ୍ଧାରିତ ସମୟରେ ସୁପ୍ରଭାତ ରେ ପ୍ରଭାତ ଫେରି ଆରମ୍ଭ ହୋଇଥିଲା. ନୂଆଗାଁ ପ୍ରାଇମେରୀ ସ୍କୁଲ, ହାଇସ୍କୁଲ, ବାଳିକା ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ସମସ୍ତ ଶିକ୍ଷା ଅନୁଷ୍ଠାନ ଭାଗ ନେଇଥିଲା. ଛାତ୍ର ଛାତ୍ରୀ ମନେ ପ୍ରଭାତ ଫେରି ଆରମ୍ଭ କରି ନୂଆଗାଁ ବ୍ଲକ ମଧ୍ୟରେ ପହଂଚି ଥିଲେ.ଅନୁଷ୍ଠାନିକ ଭାବରେ ନୂଆଗାଁ ବିଡ଼ିଓ ସଚିଦାନନ୍ଦ ମିଶ୍ର ପତାକା ଉତୋଳନ କରିଥିଲେ. 

ପ୍ରଭାତ ଫେରି ଶେଷସରେ ନୂଆଗାଁ ପାଇମେରୀ ସ୍କୁଲ ସମୁଖରେ ଥିବା ପଡିଆରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି. ନୂଆଗାଁ ବ୍ଲକ ଅଧକ୍ଷା ଲକ୍ଷ୍ମୀପ୍ରିୟ ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ ପତାକା ଉତୋଳନ କରି ଥିଲେ. ତତ ପରେ ପ୍ୟାରେଟ ପ୍ରତିଯୋଗୀତା କରାଯାଇ ଛାତ୍ର ଛାତ୍ରୀଙ୍କୁ ପୂରସୃତ କରାଯାଇଥିଲା. ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ପ୍ରଶାସନତରଫରୁ ଅନୁଷ୍ଠିତ ହୋଇଥିଲା.କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା. ତତ ସହିତ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛତ୍ରା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା. ସେସରେ ନୂଆଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଇ ସଭା ସାନ କରାଯାଇଥିଲା.


Post a Comment

0 Comments