ଦାସିଅ ଅଜାଙ୍କ ପ୍ରତିଷ୍ଠିତ ବିଶ୍ଵପ୍ରସିଦ୍ଧ ପାଠାଗାର ସଂଗ୍ରାଳୟ ,ସାଙ୍କୃତିକ ପର୍ଯ୍ୟଟନ ସମ୍ଭାରକୁ ପରିଦର୍ଶନ କରି ଖୁସି ପ୍ରକଟ କାଲେ ଆନ୍ତର୍ଜାତୀୟ ଖ୍ଯାତି ସମ୍ପନ୍ନ ଶିଶୁ ବିଶେଷଙ୍ଗ୍ୟ ତଥା ହାଇଦ୍ରାବାଦର ପ୍ରସିଦ୍ଧ ରାମବୋ ହସପିଟାଲର ପ୍ରଫେସର ଡାକ୍ତର ନଲିନୀକାନ୍ତ ପାନିଗ୍ରାହୀ

 




ନୟାଗଡ ଜିଲ୍ଲା (ନୂଆଗାଁ )ଓଡିଶାର ପ୍ରକ୍ଷାତ ସଂଗ୍ରାହକ ଦାସିଆ ଅଜାଙ୍କ ଦ୍ଵାରା ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ଵପ୍ରସିଦ୍ଧ ପାଠାଗାର ସଂଗ୍ରାଳୟ ,ସାଙ୍କୃତିକ ପର୍ଯ୍ୟଟନ ସମ୍ଭାରକୁ ପରିଦର୍ଶନ କରି ଖୁସି ପ୍ରକଟ କାଲେ ଆନ୍ତର୍ଜାତୀୟ ଖ୍ଯାତି ସମ୍ପନ୍ନ ଶିଶୁ ବିଶେଷଙ୍ଗ୍ୟ ତଥା ହାଇଦ୍ରାବାଦର ପ୍ରସିଦ୍ଧ ରାମବୋ ହସପିଟାଲର ପ୍ରଫେସର ଡାକ୍ତର ନଲିନୀକାନ୍ତ ପାନିଗ୍ରାହୀ । ବାହାରେ ଦୀର୍ଘ ୨୦ ବର୍ଷ ବାହାରେ ରହି ଓଡିଶାକୁ ଫେରି ଆସିଥିଲେ ।ଦୀର୍ଘ ଦିନ ଧରି ଦଶିଆଅଜାଙ୍କ ପ୍ରସିଦ୍ଧ ସାରସ୍ଵତ ସମ୍ଭାରକୁ ଦେଖିବାର ସ୍ଵପ୍ନ୍ନ କୁ ସାକାର କରିବା ପାଇଁ ପାଠାଗାର  ସଂଗ୍ରାଳୟ କୁ ପରିଦର୍ଶନ ପାଇଁ ଆସି ଅଜାଙ୍କ ସମାଧି ପୀଠ ଓ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ପାଠାଗାର ସଂରୁହିତ ହୋଇଥିବା ପୁରାତନ ହଜାର ହଜାର ତାଳପତ୍ର ପୋଥି ,ଆଦିମଯୁଗର ବର୍ତମାନ ପର୍ଯ୍ୟନ୍ତ ଦେଶ ବିଦେଶର ଶହ ଶହ ପୁରାତନ ବିରଳ କଳାକୃତି ଓ ସମଗ୍ରୀମାନଙ୍କୁ ଦେଖି ଡାକ୍ତର ପାନିଗ୍ରାହୀ ବିସ୍ମିତ ହୋଇପଡିଥିଲେ ।

ଦାସୀଆ ଅଜାଙ୍କ ଅସାଧରାନ ସାଧନକୁ ବାରମ୍ବାର ପ୍ରଣିପାତ କରିଥିଲେ । ନିକଟରେ ସଂଗୃହିତ କବି ମାୟାଧର ମାନସିଙ୍ଗ ଙ୍କ ବ୍ୟବହୁତ ପୁରୁଣା ଫ୍ୟାନ ,କାନ୍ଥ ଘଣ୍ଟା ,ଦକ୍ଷିଣ ଆଫ୍ରିକାର ମଦଗାସ୍କା ଦେଶର ୬ କୋଟି ବର୍ଷ ପୁରାତନ ବିରଳ ଜୀବାଶ୍ମ ,ମରିସସ ଦେଶର ସମୁନ୍ଦ୍ରର ବିରଳ ବଡ ଶଙ୍ଖ ଓ କ୍ୟାମରୁନ ଦେଶର ବିରଳ କାଠ ମୁଖାକୁ ଦେଖି ଡାକ୍ତର ପାନିଗ୍ରାହୀ ଖୁବ ଖୁସି ପ୍ରକଟ କରିଥିଲେ। ବର୍ତମାନ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ଦ୍ଵାରା ସଂଗ୍ରହ କାର୍ଯ୍ୟକୁ ଖୁବ ପ୍ରଶଂସା କରିଥିଲେ । ଓଡିଶାର ଏହି ପ୍ରସିଦ୍ଧ ସାଙ୍କୃତିକ ସମ୍ଭାରକୁ ବିଶ୍ଵସ୍ତରୀୟ ପାଇଁ ଅତ୍ୟାଧୁନିକ ବିଶ୍ଵସ୍ତରୀୟ ଭିତିଭୂମି ନିର୍ମାଣ ପାଇଁ ପରିଦର୍ଶନ ସମୟରେ ଡାକ୍ତର ପାନିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ 



 

Post a Comment

0 Comments