ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟରାଜପଥ ୫୭ କୋରଡା ଗୋଡିସାହି ନିକଟରେ ଘଟିଛି ମର୍ମତୁଦ ସଡକ ଦୃଘଟଣା । ସୂଚନା ଥାଉକି ଦଶପଲ୍ଲା ରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ଏହି ଦୃଘଟଣା ଘଟିଥିବାର ସୂଚନା ମିଳିଛି । ମହିତମା ଗ୍ରାମର ଖଗୁଲି ନାୟକ ଓ ଚନ୍ଦନ ନାୟକ ବାଇକ ଦ୍ଵାରା ନୂଆଗାଁ ଆସୁଥିବା ସମୟରେ ଗାଡିର ଚକା ସ୍ଲିପ ହେବାରୁ ଭାରଶ୍ୟାମ ହରାଇ ରାସ୍ତା ଉଆପରେ ପଡିଯାଇଥିଲେ । ଉଭୟଙ୍କର ଦେହର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଥିଲା । ସ୍ଥାନୀୟ ଜନସାଧାରଣ ନୂଆଗାଁ ଅଗ୍ନିସମ ବାହିନୀକୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି ।
0 Comments