ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। MGNREGS ରେ ୨୦୨୨-୨୩ ଆର୍ଥିକ ବର୍ଷର ୦୧ ଅକ୍ଟୋବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଏବଂ୧୫ଟିCFC ଅଧୀନରେ ୨୦୨୧-୨୨ରୁ ୨୦୨୨-୨୩ ମଧ୍ୟରେରେ ହୋଇଥିବା କାର୍ଯକ୍ରମ ଉପରେ ପଂଚାୟତ ସ୍ତରରେ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହି ସାମାଜିକ ସମୀକ୍ଷା ର ତଥ୍ୟ ଓ ରିପୋର୍ଟ ଉପରେ ଆଜି ଏହି ବ୍ଲକ୍ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ଜିଲ୍ଲା ପରିଷଦ ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ହୋତା, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବଳିଆର ସିଂ, ଲୋକପାଳ ଗିରିଶ ଚନ୍ଦ୍ର ଦାଶ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ କହିଥିଲେ। ଏବିଡିଓ ସ୍ବଦେଶ ରଞ୍ଜନ ଶତପଥୀ ଉଭୟ ଯୋଜନା ର ସ୍ବଚ୍ଛତା ଓ ଉତ୍ତର ଦାୟିତ୍ଵ ବିଷୟରେ ବୁଝାଇ କହିଥିଲେ। ଏପିଓ ଅମରେନ୍ଦ୍ର ସାହୁ ମନରେଗା ଯୋଜନାରେ ଚଳିତ ବର୍ଷ ର ରିପୋର୍ଟ ଉପସ୍ଥାପନା କରିଥିଲେ। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ , ନୂଆଗାଁ ବ୍ଲକ୍ ରେ ୧୧0୩୬ ପରିବାର ଙ୍କୁ କାମ ଯୋଗାଇ ଦିଆ ଯାଇଥିଲା।୪୬୨ ପରିବାର ଶହେ ଦିନ କାର୍ଯ୍ୟ ସମ୍ପୂର୍ଣ କରିଥିଲେ।ଏଥି ନିମନ୍ତେ ୪୪୮0୪୪ ଶ୍ରମ ଦିବସ ସୃଷ୍ଟି ହୋଇ ଥିଲା ଏବଂ ୧୦ କୋଟି ୪୦ ଲକ୍ଷ୍ୟ ୨୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏବଂ ନୂଆ ପୁରୁଣା ମିଶି ୮୭୧ ଗୋଟି କାର୍ଯ୍ୟ କରା ଯାଇଥିଲା। ନୂଆ ପୁରୁଣା ମିଶି ୫୧୪ ଗୋଟି କାର୍ଯ ସମ୍ପୂର୍ଣ କରା ଯାଇଥିଲା ବୋଲି ଏପିଓ ଶ୍ରୀ ସାହୁ ସୂଚନା ଦେଇଥିଲେ।
ବୈଠକ ରେ ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ମନରେଗା କାର୍ଯ୍ୟକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ। ବିଡିଓ ସଚ୍ଚିଦାନନ୍ଦ ମିଶ୍ର ସରକାରଙ୍କ ନିୟମ ପ୍ରକାରେ ସମସ୍ତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମରେ ବେଳେ ଯାହା ଉପରେ ଯାହା ଫାଇନ ବା ରିକଭରୀ ରିପୋର୍ଟ ଆସିଛି ସମସ୍ତେ ଠିକ୍ ସମୟରେ ସରକାର ଙ୍କ ଠାରେ ଦାଖଲ କରି ଅଡିଟ Compliance କରିଦେବା ପାଇଁ ରାଜ୍ୟ ସାମାଜିକ ସମୀକ୍ଷକ ସନ୍ଧ୍ୟାଦାସ ଅଧିକାରୀ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏପିଓ ଅମରେନ୍ଦ୍ର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ। ବୈଠକରେ ସମସ୍ତ ସରପଂଚ , ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ବ୍ଲକ୍ ସାମାଜିକ ସମୀକ୍ଷକ ଓ ସମସ୍ତ VRP ମାନେ ଯୋଗ ଦେଇଥିଲେ।ଏସିପି ସୁମନ୍ତ ପରିଡ଼ା, ନରେଗା ସହାୟକ ଆଶୁତୋଷ ମିଶ୍ର, ସନ୍ତୋଷ ପ୍ରଧାନ, BRC କାହୁଁ ଚରଣ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
0 Comments