ନୂଆଗାଁ ୨୪/୭ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା ଛକ ଠାରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ଯାଇଥିବା ରାସ୍ତାର ବେଲପା ନଦୀର ଏକ ବ୍ରିଜ ନିର୍ମାଣ ବିଳମ୍ୱ ହେତୁ ସୋରଡ଼ା ପଞ୍ଚାୟତର ଲୋକମାନେ ଆଜି ୫୭ ନଂ ଜାତୀୟ ରାଜପଥ ସୋରଡ଼ା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଛିଡ଼ା ହେବା ଫଳରେ ଯାତାୟତରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଥାଉକି ଦୀର୍ଘ ଏହି ବ୍ରିଜ ୩ ତିନିବର୍ଷ ହେଲା ମନ୍ଥର ଗତିରେ ଚାଲିଥିବା ହେତୁ ଏହି ୩ ବର୍ଷ ଭିତରେ ୩ ଥର ରାସ୍ତା ଅବରୋଧ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବ୍ରିଜ ନିର୍ମାଣ ବିଳମ୍ୱ ହେଉଥିବା ଜନସାଧରଣ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଘଟଣାସ୍ଥଳରେ ନୟାଗଡ଼ ଏସଡିପିଓ ସ୍ଥାନୀୟ ତହସିଲଦାର ଓ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ରୁ ଓହରିଥିଲେ ସ୍ଥାନୀୟ ଜନତା. ତା ସହିତ ଘଟଣା ସ୍ଥଳ ବ୍ରିଜ ନିକଟକୁ ଏସଡିପିଓ ଓ ତହସିଲଦାର, ମହୀତମା ରାଜସ୍ବନିରୀକ୍ଷକ ଏବଂ ସମସ୍ତ ଜନ ସାଧରଣ ଯାଇଥିଲେ. ଘଟଣାକୁ ତର୍ଜମା କଲାପରେ ଦାଈଭାଷଣ ପ୍ଲେଟ ପଡିବା ପରେ ପ୍ରଶାସନ ଘଟଣା ସ୍ଥଳରୁ ବାହାରିବା ପାଈଁ ନିଷ୍ପତି ହୋଇଥିଲା
0 Comments