ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ଦାସିଆ ଅଜାଙ୍କ ଦ୍ୱାରା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ୱ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟରେ ଓଡ଼ିଶାର ପ୍ରସିଦ୍ଧ ସାରସ୍ୱତ ସାଧକ କବି ମାୟାଧର ମାନସିଂହଙ୍କ ବ୍ୟବହୃତ ପୁରୁଣା ସ୍ମୃତିସାମଗ୍ରୀମାନ ସ୍ଥାନ ପାଇଛି । କବି ମାୟାଧର ମାନସିଂହ ଓଡ଼ିଶାର ଜଣେ ପ୍ରସିଦ୍ଧ ସାରସ୍ୱତ ସାଧକ ଭାବେ ବିଶ୍ୱ ସ୍ତରରେ ସୁପ୍ରସିଦ୍ଧ ଅଟନ୍ତି । କବି ମାୟାଧର ନିଜ ଜୀବନ କାଳରେ ବ୍ୟବହାର କରୁଥିବା ପୋଷାକପତ୍ର ଓ ଖଦିର ବିରଳ ଗାଉନ, ପୁରୁଣା ଆକର୍ଷଣୀୟ ଟେବୁଲ ଫ୍ୟାନ୍ ଓ ୧୯୩୮ ମସିହାରେ ବିଲାତରୁ ଆଣିଥିବା ପୁରୁଣା କାନ୍ଥଘଂଟା, ପୁରୁଣା ରେକର୍ଡ ପ୍ଲେୟାର କ୍ୟାସେଟ୍ ସହିତ ବିଲାତରେ ଓଡ଼ିଶାର ପ୍ରାଚୀନ ସଂସ୍କୃତିକୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିବା ପ୍ରୋଜେକ୍ଟରରେ ବ୍ୟବହୃତ ଅନେକ ପୁରାତନ ବିରଳ ସ୍ଲାଇଡ୍କୁ କବି ମାୟାଧରଙ୍କ ପୁତ୍ର ତଥା ଭାରତର ପୂର୍ବତନ ବୈଦିକ ସଚିବ ଓ ରାଷ୍ଟ୍ରଦୂତ ଲଳିତ ମାନସିଂହ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ।
ବିଭିନ୍ନ ଦେଶରେ ଲଳିତ ମାନସିଂହ ଉଚ୍ଚାୟୁକ୍ତ ଓ ରାଷ୍ଟ୍ରଦୂତ ଥିବା ସମୟର ଅନେକ ଦୁର୍ଲ୍ଲଭ ସାମଗ୍ରୀ ଓ କଳାକୃତିମାନ ଯାହାକି ଆମେରିକାର ଜୁଇସ୍ ଧର୍ମର ମୁଖ୍ୟମାନଙ୍କ ଦ୍ୱାରା ପ୍ରଦତ ଆମେରିକାର ଆଧୁନିକ ଏକ କଳା ପେଟିଂ, ଧର୍ମଗୁରୁ ଦଲାଇଲାମାଙ୍କ ଦ୍ୱାରା ପ୍ରଦତ ତିବତ୍ର ବିରଳ ଓ ଆକର୍ଷଣୀୟ ତଙ୍ଖା, ଆମେରିକାରଅନେକ ତାମ୍ର ଫଳକ, କ୍ୟାମରୁନ୍ ଦେଶର ବିରଳ କାଠମୁଖା, ସାଉଦ୍ଆରବ ରାଜାଙ୍କ ଦ୍ୱାରା ଲଳିତ ମାନସିଂଙ୍କୁ ପ୍ରଦତ ସୁଇଜରଲ୍ୟାଣ୍ଡରେ ପ୍ରସ୍ତୁତ କାରୁକାର୍ଯ୍ୟପୂର୍ଣ୍ଣ ସ୍ୱତନ୍ତ୍ର ବିରଳ ପୋଷାକପତ୍ର ଏବଂ ୧୯୯୨ ମସିହାରେ ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ଙ୍କ ପକ୍ଷରୁ ଆମେରିକାର ଟେକ୍ସେସ୍ ରାଜ୍ୟରେ ଚମଡ଼ାରେ ହାତରେ ନିର୍ମିତ କାରୁକାର୍ଯ୍ୟ ପୂର୍ଣ୍ଣ ଆକର୍ଷଣୀୟ ଗନ୍ବୁଟ୍ ଓ ୧୯୭୬ ମସିହାରେ ଲଳିତ ମାନସିଂହଙ୍କ ବିବାହ ସମୟରେ ପାକିସ୍ତାନର ପେଶ୍ୱାର ସହରରେ ହାତରେ ନିର୍ମିତ ସ୍ୱତନ୍ତ୍ର ଧରଣର ବିରଳ ଜୋତାକୁ ସ୍ମୃତି ଉଦେ୍ଦଶ୍ୟରେ ରାଷ୍ଟ୍ରଦୂତ ଲଳିତ ମାନସିଂହ ନିକଟରେ ଭୁବନେଶ୍ୱର ଆସିଥିବା ସମୟରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତ ପୁରାତନ ବିରଳ ସ୍ମୃତିସାମଗ୍ରୀ ଓ ବିଦେଶର ଦୁର୍ଲ୍ଲଭ କଳାକୃତି ସାମଗ୍ରୀମାନ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ।
କବି ମାୟାଧର ମାନସିଂହ ଓ ଲଳିତ ମାନସିଂହଙ୍କ ନାମରେ ଦାସିଆ ଅଜାଙ୍କ ସଂ୍ଗ୍ରହାଳୟରେ ଦୁଇଗୋଟି ସ୍ୱତନ୍ତ୍ର ଗ୍ୟାଲେରୀ ସ୍ଥାପନ ସମ୍ପର୍କେ ଏବଂ ଆଗାମୀ ଦିନରେ ବିଦେଶର ଅନ୍ୟ କେତେକ ଦୁର୍ଲ୍ଲଭ ସାମଗ୍ରୀମାନ ସଂଗ୍ରହାଳୟକୁ ପ୍ରଦାନ କରିବା ନିମନ୍ତେ ଏ ସମ୍ପର୍କେ ଲଳିତ ମାନିିସିଂହ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି ।
କବି ମାୟାଧର ମାନସିଂହଙ୍କ ପରଲୋକର ୫୦ବର୍ଷ ବିତିଯାଇଥିଲେ ମଧ୍ୟ କେହିକେବେ ଓଡ଼ିଶାର ଏହି ପ୍ରସିଦ୍ଧ ସାରସ୍ୱତ ସାଧକଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ କରିନାହାନ୍ତି । ଦାସିଆ ଅଜାଙ୍କ ଅନୁଷ୍ଠାନ ପକ୍ଷରୁ କବି ମାୟାଧରଙ୍କ ଅମ୍ଳାନ ସ୍ମୃତିକୁ ଜନମାନସରେ ଉଜ୍ଜୀବିତ କରି ରଖିବାପାଇଁ ଅଭିନବ ପ୍ରୟାସକୁ କବି ମାୟାଧର ମାନସିଂହଙ୍କ ପରିବାର ବର୍ଗ ଖୁବ୍ ଖୁସି ପକଟ କରିଛନ୍ତି । ସୂଚନା ଥାଉକି ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ଦ୍ୱାରା ବର୍ତମାନ ପାଠାଗାର ସଂଗ୍ରହାଳୟପାଇଁ ଦେଶ ବିଦେଶର ପୁସ୍ତକ ପତ୍ରପତି୍ରକା ତାଳପତ୍ରପୋଥି ଓ ଦୁର୍ଲ୍ଲଭ କଳାକୃତି ସାମଗ୍ରୀମାନ ସଂଗ୍ରହ କରାଯାଉଛି । ଏହାଦ୍ୱାରା ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ପୁରାତନ ଓ ନୂତନ ସାମଗ୍ରୀମାନକୁ ଦେଖିବାପାଇଁ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଛି ।
0 Comments