ନୟାଗଡ ଜିଲ୍ଲା ବାହାଝୋଲା ପଞ୍ଚାୟତ ମଧ୍ୟରେ ଥିବା ବାବା ଫୁଲେଶ୍ୱର ପୀଠରେ ଆଜି ଫୁଲେଶ୍ୱର ୟୁଥ କ୍ଲବ ଅନୁକୂଳରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି.45ଜଣ ସଦସ୍ୟଙ୍କୁ ନେଇ 100ଅଧିକ ବିଭିର୍ନ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା. ମୁଖ୍ୟ ଅତିଥିଭାବରେ ଓଡ଼ଗାଁ ରେଞ୍ଜର ନିଖଲେଶ ମଲ୍ଲିକ ଏବଂ ବାହାଝୋଲା ଫରେଷ୍ଟର ସନାତନ ସ୍ୱାଇଁ ଯୋଗଦେଇଥିଲେ. ମନ୍ଦିର ପ୍ରାଙ୍ଗଣରେ କ୍ଲବର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ରହି ବୃକ୍ଷ ରୋପଣ କରାଯାଇଥିଲା. କ୍ଲବର ସଭାପତି ତ୍ରିନାଥ ସ୍ୱାଇଁ, ଉପଦେଷ୍ଟା ବିମଳ ପଟନାୟକ ଓ ସେକ୍ରେଟାରୀ ଜଗବନ୍ଧୁ ସାହୁ ଉପସ୍ଥିତ ରହିଥିଲେ. କ୍ଲବର ଏହିସବୁ ଉର୍ନ୍ନତି ମୂଳକ କାର୍ଯ୍ୟ ପାଈଁ ସାଧରଣରେ କ୍ଲବକୁ ପ୍ରଶଂସା ସୁଅ ଛୁଟୁଛି.
0 Comments