ନୟାଗଡ ଜିଲ୍ଲା (ନୂଆଗାଁ ) ନୂଆଗାଁ ବ୍ଲକ ମଧ୍ୟରେ ଆଜି ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ଆଜି ୨୪ ।୭ । ୨୩ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ବ୍ଲକ ସଭାଗୃହରେ ଅନୁଷ୍ଠି ହୋଇଅଛି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଶିବିରରେ ସମୁଦାୟ ୨୩୧ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୨୦୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା ସହ ୨୧ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି, ଏବଂ ୮ ଗୋଟି ଗ୍ରାମବାସୀଙ୍କ ଅଭିଯୋଗ ହୋଇଥିଲା। ୧ ଟି ରେଡ କ୍ରଶ । ଏଥିରୁ ୨୮ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଆରକ୍ଷୀ ଅଧିକ୍ଷକଅଲେଖ ଚନ୍ଦ୍ର ପହି , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ନୂଆଗାଁ ବିଡିଓ, ତହସିଲଦାରଙ୍କ ସମେତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଥିଲେ।
0 Comments