ସକାଳର ଖବର, ୨୭-ଜୁଲାଇ-୨୦୨୩, ଗୁରୁବାର


╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ପ୍ରଶାସନର ଚେତାବନୀକୁ ଦତ୍ତମହାପାତ୍ର ନିଯୋଗର ବେଖାତିର, ଗତକାଲି ମଧ୍ୟ ହେଲାନାହିଁ ଶ୍ରୀଜୀଉଙ୍କ ବନକ ଲାଗି ନୀତି l

➡️୨-ଭାରତ ମଣ୍ଡପମ୍’ର ଉଦ୍‌ଘାଟନ ସମାରୋହରେ ମୋଦିଙ୍କ ବଡ଼ ବୟାନ, କହିଲେ ‘ଆମେ ୩ୟ ଥର ସରକାର ଗଢ଼ିଲେ ବିଶ୍ୱ ଅର୍ଥନୀତିର ‘ଟପ୍ ୩’ରେ ରହିବୁ’ ।

➡️୩-କଟକରେ 'ରାଷ୍ଟ୍ରପତି' କ୍ରେଜ୍ । ହଜାରେ ବର୍ଷର ସହରରେ ହଜାର ଗୁଣା ଉତ୍ସାହ । ଟିକିଏ ଝଲକ ପାଇବାକୁ ବର୍ଷାସତ୍ତ୍ୱେ ହେଲା ପ୍ରବଳ ଭିଡ଼ । କଟକ ଚଣ୍ଡୀଙ୍କ ଦର୍ଶନ କରି ନେଲେ ଆଶିଷ । ମଧୁବାବୁ ଓ ନେତାଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି, କାରକେଡ୍ ରୋକି ପିଲାଙ୍କୁ ବାଣ୍ଟିଲେ ଚକଲେଟ୍ ।

➡️୪-ପିଏମ୍ କିଷାନ ସମ୍ମାନ ନିଧି ଯୋଜନା : ଆଜି ଆସିବ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା; ଉପକୃତ ହେବେ ସାଢ଼େ ୮ କୋଟି ଚାଷୀ l

➡️୫-ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ୩ୟ ଦିନ, ବିଭିନ୍ନ କାର୍ଯ୍ୟକ୍ରମ ସାରି ସଂଧ୍ୟାରେ ଫେରିଯିବେ ଦିଲ୍ଲୀ l ଆଜି ଭୁବନେଶ୍ବର ତମାଣ୍ଡୋରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ l

➡️୬-ଆଜି ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଏକ ଅଭିନବ ପଦକ୍ଷେପ ‘ମୋର ଗାଁ ମୋର ଧରୋହର’ ଆରମ୍ଭ କରିବେ।

➡️୭-ଅଗଷ୍ଟ ରୁ ଦଶପଲ୍ଲା କୁ ନିୟମିତ ଚଳାଚଳ କରିବ ରେଲଗାଡି, ନିରୀକ୍ଷଣ କରି ଫେରିଲେ ମୁଖ୍ୟ ସୁରକ୍ଷା ଅଧିକାରୀ l

➡️୮-୨୧ ବର୍ଷ ପରେ ଆସିଲା ଉମା ବିଷୋୟୀ ହତ୍ୟା ମାମଲା‌ର ରାୟ, ଗଞ୍ଜାମ ଜିଲ୍ଲାର ପୂର୍ବତନ ଆସିକା ନଗରପାଳଙ୍କୁ ହେଲା ଆଜୀବନ ଜେଲ୍ l

➡️୯-ଫେରିଲେ ଓଲିଉଡର ଆକ୍ସନ୍ ଷ୍ଟାର ଅରିନ୍ଦମ l ଏବେ କେବଳ ଟାଇଟଲ ଘୋଷଣାକୁ ଅପେକ୍ଷା କରିଛନ୍ତି ସିନେପ୍ରେମୀ। ଏହାର ଟାଇଟଲର ପ୍ରଥମ ଶବ୍ଦ ‘ଆର୍’ ରହିଛି। ଦଶହରାରେ ମୁକ୍ତିଲାଭ କରିବ ଏହି ସିନେମା।

➡️୧୦-ଚେକ୍ ଏବଂ ଠକେଇ ମାମଲାରେ ଲାଗିଲା ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ଉପରେ ଜରିମାନା l

➡️୧୧-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ସକ୍ରିୟ ଯୋଗୁଁ ୩୦ ଯାଏଁ ପ୍ରବଳ ବର୍ଷିବ, ଆଜି ୭ ଜିଲାକୁ ୟେଲୋ ୱାର୍ଣ୍ଣିଂ ହେଲା ଜାରି l

➡️୧୨-ଚେତାବନୀ ପରେ ଚେତିଲେ ସରକାର : ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ l ସେପଟେ ୧୬ରୁ ଘରୋଇ ବସ୍‌ ଧର୍ମଘଟ ପାଇଁ ଦେଲେ ଚେତାବନୀ l

➡️୧୩-ରିଲିଜ୍‌ ହେଲା ଗଦର-୨ର ଟ୍ରେଲର; ଜବରଦସ୍ତ ଆକ୍ସନ ସାଙ୍ଗକୁ ଆଙ୍ଗ୍ରୀ ଲୁକ୍, ଏଥର ବି ମିଶନ ମୋଡ୍‌ରେ ପାକିସ୍ତାନ ଗଲେ ସନ୍ନି ଦେଓଲ l

➡️୧୪-ଅକ୍ଷୟ କୁମାରଙ୍କ OMG 2ରେ ଲାଗିଲା ୨୦ କଟ୍, ଏ ସାର୍ଟିଫିକେଟ୍ ସହ ରିଲିଜ୍ ହେବ ଫିଲ୍ମ l

➡️୧୫-ଦେଶରେ ମୃତୟନ ହୋଇଥିବା ମୋଟ ୫ଜି ବିଟିଏସ ମଧ୍ୟରୁ ୮୧% ରୁ ଅଧିକ ମୃତୟନ କଲାଣି ରିଲାଏନ୍ସ ଜିଓ l ଏନେଇ ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦୂରସଂଚାର ରାଜ୍ୟମନ୍ତ୍ରୀ ଦେବୁସିଂ ଚୌହାନ ଦେଲେ ଏହି ତଥ୍ୟ l

➡️୧୬-କୋଇଲା ଦୁର୍ନୀତିରେ ପୂର୍ବତନ ସାଂସଦ ବିଜୟ ଦର୍ଦା ଓ ପୁଅଙ୍କୁ ୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀର ଏକ କୋର୍ଟ l

➡️୧୭-ନେଦରଲ୍ୟାଣ୍ଡ ନିକଟସ୍ଥ ଉତ୍ତର ସମୁଦ୍ରରେ ଗତକାଲି ଏକ କାର୍ଗୋ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ, ଜଳି ପୋଡ଼ି ନଷ୍ଟ ହୋଇଗଲା ୩ ହଜାର ଗାଡ଼ି l ଜାହାଜଟି ଜର୍ମାନୀରୁ ଇଜିପ୍ଟ ଅଭିମୁଖେ ଯାଉଥିଲା l

➡️୧୮-ଆଜିଠାରୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଦିନିକିଆ l ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ଭାରତ l ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ବାର୍ବାଡୋସ୍‌ରେ ଏବଂ ଶେଷ ମ୍ୟାଚ୍‌ ତ୍ରିନିଦାଦ୍‌ରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟା (ଭାରତୀୟ ସମୟ)ରେ ଆରମ୍ଭ ହେବ।

➡️୧୯-ପ୍ରକାଶ ପାଇଲା ଆଇସିସି ଟେଷ୍ଟ ରାଙ୍କିଂ: ବ୍ୟାଟିଂ ଟପ୍‌-୧୦ରେ ରୋହିତ ଶର୍ମା, ବୋଲିଂ ତାଲିକାର ଟପ୍‌ରେ ଅଶ୍ୱିନୀ l

➡️୨୦-ଏସିଆନ ଗେମ୍ସ ୨୦୨୩: ଏଥର ଭାଗ ନେବେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଟିମ୍, ନିୟମ କୋହଳ କଲେ ସରକାର l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ (MoES)
17 ତମ ଫାଉଣ୍ଡେସନ୍ ଦିବସ ll
🔅ଆଜି ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ
(CRPF) ଫାଉଣ୍ଡେସନ୍ ଦିବସ ll
🔅ଆଜି ଜାତୀୟ ସତେଜ ଦିବସ ll
🔅ଆଜି Dr. A.P.J. ଅବଦୁଲ କଲାମ ସ୍ମୃତି ଦିବସ ll
🔅ଆଜି ଶ୍ରୀ ଉଦ୍ଧବ ଠାକରେଙ୍କ ଜନ୍ମଦିନ ll
🔅ଆଜି ଅଭିନେତା ଅମଜାଦ ଖାନ ସ୍ମୃତି ଦିବସ ll

       ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
             ll ଶୁଭ ସକାଳ,ସୁପ୍ରଭାତ ll

Post a Comment

0 Comments