ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍ ଆଏ ଡିଜିଜ୍ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି ଔଷଧ ମଧ୍ୟ ସହାୟକ ହୋଇଥାଏ। ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ। ବିଭିନ୍ନ ଜିଲ୍ଲାରୁ ଆସୁଛି ଶହ ଶହ ଆଖିଧରା ମାମଲା। ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।
ଏଥିରେ କୁହାଯାଇଛି, ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ ଓ ତକିଆ ଆଦି ବ୍ୟବହାର କରନ୍ତୁ ନାହିଁ।
ଏମିତିକି ତାଙ୍କ ଆଇ-ଡ୍ରପ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ। ସୁଇମିଂ ପୁଲ୍ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ। ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।
0 Comments