ନୟାଗଡ଼ ଜିଲ୍ଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ନୂଆଗାଁ ଆନୁକୂଲ୍ୟରେ ଆଜିଠାରୁ ୨ ଦିନ ଧରୀ ମୌଳିକ ସକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ବିଇଓ ଜ୍ୟୋସ୍ନାରାଣୀ ସେଥି ଆଜି ସଚେତନତା କାର୍ଯ୍ୟା କ୍ରମରେ ଭ୍ରମ୍ୟାମଣ ରଥକୁ ଶୁଭାରମ୍ଭ କରିଥିଲେ. ନୂଆଗାଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପ୍ରାଙ୍ଗନରୁ ବୈଦିକ ରୀତିନୀତିରେ ପୂଜାର୍ଚନା କରି ଗାଡ଼ିଥିଲା ଏହି ଭ୍ରମ୍ୟମାଣ ସଚେତନତା ରଥ. ଆଜିର ଆଜି ଶୁଭବେଳରେ ନୂଆଗାଁ ପାଇମେରୀ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରସନ କୁମାର ମିଶ୍ର,ଏବିଓ କବିତା ଦାସ, ନିମାଇଁ ଚରଣ ସାହୁ, କୈଳାଶ ନାୟକ, ଶ୍ରୀନିବାସ ରଥ, ପ୍ରସନ କୁମାର ବେହେରା (ସିଆରସିସି )ନୂଆଗାଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ. ଏହି କାର୍ଯ୍ୟା କ୍ରମରେ ମୁଖ୍ୟ ଉଦେଶ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଉର୍ନ୍ନତି କରିବା .2026-27 ମସିହା ସୁଦ୍ଧା 3ୟ ଶ୍ରେଣୀ ସମାପ୍ତ କରିଥିବା ସମସ୍ତ ପିଲା ଭାଷା ଓ ସଂଖ୍ୟା ଜ୍ଞାନର ମୌଳିକ ଦକ୍ଷତା ହାସଲ କରିବା. ଶିଶୁ ଶିକ୍ଷା ପ୍ରତି ଆକୃଷ୍ଟ କରାଇବା ପାଇଁ ଶିକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜିତ କରାଯାଇଛି.
0 Comments