ଆଜିର ଇଂରାଜୀ ମାଧ୍ୟମ ଛାତ୍ରଙ୍କୁ ଏହା ଜଣାନଥିବ ଯେ ଭାରତୀୟ ଭାଷାର ବର୍ଣ୍ଣମାଳା ବିଜ୍ଞାନରେ ଭରା

 ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ତାର୍କିକ ଅଟେ ଓ ସଠିକ ଗଣନାର ସହ କ୍ରମିକ ରୂପରେ ରଖାଯାଇଛି । ଏହିପରି ବୈଜ୍ଞାନିକ ଦୃଷ୍ଟିକୋଣ ଅନ୍ୟ କୌଣସି ବିଦେଶୀ ଭାଷାର ବର୍ଣ୍ଣମାଳାରେ ନାହିଁ । ଯେପରିକି-



 କ ଖ ଗ ଘ ଙ - ଏହି ପାଞ୍ଚ ସମୂହକୁ

🌺କଣ୍ଠବ୍ୟ🌺

କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ କଣ୍ଠରୁ ଧ୍ୱନି ବାହାରିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।


ଚ ଛ ଜ ଝ ଞ - ଏହି ପାଞ୍ଚ ସମୂହକୁ

🌺ତାଲବ୍ୟ🌺

କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ତାଳୁରେ ଲାଗିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।


ଟ ଠ ଡ ଢ ଣ  - ଏହି ପାଞ୍ଚ ସମୂହକୁ

🌺ମୂର୍ଦ୍ଧଣ୍ୟ🌺

କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ମୂର୍ଦ୍ଧଣ୍ୟ ରେ ଲାଗିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।


ତ ଥ ଦ ଧ ନ - ଏହି ପାଞ୍ଚ ସମୂହକୁ

🌺ଦନ୍ତବ୍ୟ🌺 

କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଜିଭ ଦାନ୍ତକୁ ଛୁଇଁଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।


ପ ଫ ବ ଭ ମ - ଏହି ପାଞ୍ଚ ସମୂହକୁ 

🌺ଓଷ୍ଠବ୍ୟ🌺

କୁହାଯାଇଥାଏ କାରଣ ଏହାକୁ ଉଚ୍ଚାରଣ କରିବା ସମୟରେ ଦୁଇ ଓଠ ପରସ୍ପର ସହିତ ମିଶିଥାଏ । ଉଚ୍ଚାରଣର ପ୍ରୟାସ କରନ୍ତୁ ।ଲେଖକ - Purnendu Mohapatra(ବିବେକାନନ୍ଦ ସ୍ୱାଧ୍ୟାୟ କେନ୍ଦ୍ର,ଚାନ୍ଦବାଲି,ଭଦ୍ରକ)

Post a Comment

0 Comments