ନୂଆଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ


 ନୟାଗଡ ଜିଲ୍ଲା  ନୂଆଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ନୂଆଗାଁ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିବେଶର ସୁଦ୍ଧତା ଆଣିବା ସହ ଅକ୍ସିଜେନର ପରିମାଣ ବୃଦ୍ଧି କରାଯିବା ଉେଦ୍ଦଶ୍ୟରେ ସମ୍ବାଦ ସାହିତ୍ୟ ଘରର ସଭ୍ୟ ଏବଂ ପୁଲିସ ପ୍ରଶାସନ ଉପସ୍ଥିତ ରହି ବୃକ୍ଷରୋପଣ କରି ଜନସାଧାରଣଙ୍କ ନିକଟରେ ସଚେତନତା ବାର୍ତା ପହଂଚାଇଥିଲେ।

ନୂଆଗାଁ ବ୍ଲକ ସମ୍ବାଦ ସାହିତ୍ୟଘର ଶାଖାର ସଂଯୋଜକ ବିଶ୍ବଜିତ ଖଣ୍ତୁଆଳଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଭାପତି ମଦନ ମୋହନ ପ୍ରଧାନ, ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ଚିନ୍ମୟ କୁମାର ପ୍ରଧାନ,

ଏସଆଇ ତାନସେନ ବେହେରା, ଏଏସଆଇ ଜଗନ୍ନାଥ ଜେନା, ମନୋରଞ୍ଜନ ଦେହୁରୀ, ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ନାୟକ, ପୂର୍ବତନ ସମିତିସଭ୍ୟ ଗୋପବନ୍ଧୁ ଖଣ୍ତୁଆଳ, ସୁଧିର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ କିଭଳି ଭାବେ ଆୟୋଜନ କରାଯିବ ସେ ନେଇ କାର୍ଯ୍ୟପନ୍ତ୍ରା ସ୍ଥିର କରାଯାଇଥିଲା।

Post a Comment

0 Comments