ବନପାଳଙ୍କ ବଦଳି ନେଇ ଗଣଧାରଣା



ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ବନପାଳ ରାକେଶ କୁମାର ସାହୁ ଙ୍କ ତୁରନ୍ତ ବଦଳି ନିମନ୍ତେ ଅଞ୍ଚଳବାସୀ ଙ୍କ ତରଫରୁ ଗଣଧାରଣା ଦିଆଯାଇଛି ।ସୂଚନା ମୁତାବକ ଆଜି ମହୀତମା ବନପାଳ ଅଫିସ ସମୁଖରେ ଗଣ ଧାରଣା ସ୍ଥାନୀୟ ଜନସାଧାରଣ ବସିଥିଲେ. ମୁଖ୍ୟ କାରଣ ଥିଲା ବନପଲଙ୍କର ବଦଳି ନିର୍ଦେଶ ଆଣିବା ପରେ କଣ ପାଈଁ ରିଲିଭ କରାଯାଇନି. ଅନେକ ଥର ବାରମ୍ବାର ଅଭିଯୋଗ ପରେ କାଯ୍ୟନୁଷ୍ଠାନ ନହେବାପରେ ମହିମା ଜନସାଧାରଣ କାର୍ଯ୍ୟାଳୟ ସମୁଖରେ ଗଣଧାରଣାରେ ବସିଥିଲେ. ଏଖବର ମହୀପୁର ଏସିଏଫ ଅମ୍ରିତ କୁମାର ସାହୁ ଓ ନୂଆଗାଁ ଥାନା ଅଧିକାରୀ ଜାଣିବାପରେ ଘଟଣା ସ୍ଥଳରେ ପହଂଚି ଧରନା ବସିଥିବା ବ୍ୟକ୍ତିଙ୍କୁ ପ୍ରତିଶୃତି ଦେଇଥିଲେ . ଯେହେତୁ ବନମୋହସ୍ଚବ ଚାଲିଛି ସେଥିପାଇଁ ବନପଳଙ୍କୁ ରିଲିଫ କରାଯାଇନି. ଅଗଷ୍ଟ ମାସରେ ତାଙ୍କୁ ରିଲିଫ କରାଯିବ. ଏସିଏଫ ପ୍ରତିଶୁତି ଦେବା ପରେ ଘଟଣା ସ୍ଥଳରୁ ଧାରଣା ହଟିଥିଲା.



Post a Comment

0 Comments