ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ହରିଜନ ସାହି ନିକଟରୁ ବନ ବିଭାଗକୁ ମିଳିଛି ବଡ ସଫଳତା, ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ. ବିଶେଷ ସୂତ୍ରରୁ ଖବର ପାଇ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ ସିଙ୍ଗରପଲ୍ଲୀ ହରିଜନ ସାହି ନିକଟରେ ପହଂଚି ଚାରୀ ଶାଳ ଓ ଚାରୀ ଶାଗୁଆନ ଗଛ ଗଣ୍ଡି ଜବତ କରିବା ସହିତ 40ଟି ସାଳ ସାଇଜ ଜବତ କରାଯାଇଛି. ଘଟଣା ସ୍ଥଳରେ ଫରେଷ୍ଟର ସନାତନ ସ୍ୱାଇଁ ଙ୍କ ସମେତ ବାହାଡଝୋଲା ଶେଷକ୍ସନର ସମସ୍ତ ଫରେଷ୍ଟର ଗାର୍ଡ ଓ ବନବିଭାଗର ପ୍ରୋତରକ୍ସନ ସ୍କ୍ୱାଡ଼ ଉପସ୍ଥିତ ରହିଥିଲେ. ଜବାତ କରାଯାଇଥିବା କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବାର ସୂଚନା ଫରେଷ୍ଟର ସନାତନ ସ୍ୱାଇଁ ଠାରୁ ମିଳିଅଛି.
0 Comments