ନୟାଗଡ଼ ଜିଲ୍ଲା ଓଡିଶା ପାଠାଗାର ସଂଗ୍ରାଳୟ ଆନ୍ଦୋଳନର ସ୍ରଷ୍ଟା ପ୍ରଖ୍ୟାତ ସଂଗ୍ରାହକ ପ୍ରସିଦ୍ଧ ସାରସ୍ୱତ ସାଧକ ଦାସିଆ ଅଜା ଙ୍କର ୧୧୬ତମ ପୁଣ୍ୟ ଜୟନ୍ତୀ ପାଳନ ହୋଇଯାଇଛି. ଦାସିଆ ଅଜାଙ୍କ ପାଠାଗାର ସଂଗ୍ରାଳୟ ପକ୍ଷରୁ ନୟାଗଡ଼ କଚେରୀ ଛକରେ ଥିବା ଦାସିଆ ଅଜାଙ୍କ ପ୍ରତି ମୂର୍ତ୍ତିରେ ପ୍ରତ୍ୟୁଷ ରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟନାୟକଙ୍କ ଦ୍ୱାରା ପୁଷ୍ପ ହହାରମାଳ ଓ ଧୂପ ପ୍ରଦାନ କରାଯାଇଥିଲା.
ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲା ପାଳ ରବିନ୍ଦ୍ରନାଥ ସାହୁଙ୍କ ସମେତ ଶତାଧିକ କବି ଲେଖକ ସାହିତିକ ଶିକ୍ଷାବିତ ଓ ସମାଜ ସେବି ଉପସ୍ଥିତ ରହି ଦାସିଆ ଅଜାଙ୍କ ପ୍ରତି ମୂର୍ତ୍ତିରେ ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ. ସେହିପରି ପୂର୍ବାହ୍ନହରେ ଦାସିଆ ଅଜାଙ୍କ ସାଧନା ପିଠ ଉଦୟପୁର ଗ୍ରାମରେ ନିରାଡ଼ମ୍ବର ଭାବରେ ଅନୁଷ୍ଠାନ ପରିସରରେ ଥିବା ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ମାଲ୍ୟାର୍ପଣ ସହିତ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା. ତତ ସହିତ ଭଗବତ ଗୀତ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଦାସିଆ ଅଜା ଏବଂ ସହଧର୍ମଣୀ ପୁର୍ଣ୍ଣ ମାସି ଦେବୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା . ଅପରାହ୍ନ୍ରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା,ପଂଚାୟତ ସମିତି ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର ଓ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କରଷଣ ବେହେରା ଏବଂ ନୂଆଗାଁ ଡିଗ୍ରୀକଲେଜ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଦାଶରଥି ପ୍ରଧାନ, ଦଶପଲ୍ଲା ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି,ସମେତ ବହୁ ବିଶିଷ୍ଟ ବୁଦ୍ଧିଜୀବୀ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ. ଦାସିଆ ଅଜା ଦଶପଇସାର ରଜା ରୂପେ ଓଡ଼ିଶାର ପୁରପଲ୍ଲୀରେ ଥିଲେ ସୁ ପରିଚିତ ଏବଂ ପ୍ରତିଷ୍ଠିତ.
0 Comments