ନୂଆଗାଁ ବ୍ଲକ ମଧ୍ୟରେ ପଞ୍ଚାୟତ ସ୍ତରୀୟ ଏକ୍ସପୋଜର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ।



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚାୟତ ସ୍ତରୀୟ ଏକ୍ସପୋଜର ପରିଦର୍ଶନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମର ମୁଖ୍ୟ ଉଦେଶ୍ୟ ବର୍ଜ୍ୟ ବସ୍ତୁରୁ କିଭଳି ଭାବରେ ବିଭିନ୍ନ ସାର ପ୍ରସ୍ତୁତ କରାଯିବ ସେନେଇ ଏକ୍ସପୋଜର ପରିଦର୍ଶନ କାର୍ଯ୍ୟ କ୍ରମ ହୋଇଯାଇଅଛି । ଓଡିଶା ସରକାରଙ୍କର ସ୍ଵଶ୍ଚାଭାରତ ମିସନ (ଗ୍ରାମୀଣ) ବିଭାଗ ଆନୁକୁଲ୍ଯରେ ୨ ଦିନ ଧରି ଏହି କାର୍ଯ୍ୟ କ୍ରମ ନୂଆଗାଁ ବ୍ଲକ ମଧ୍ୟରେ ଆରମ୍ଭ ହୋଇଯାଇଛି । ୨୧ ତାରିଖ ଦିନ ୭ ଗୋଟି ପଞ୍ଚାୟତ ଓଡଗାଁ ବିଜ୍ଞାପିତ ଅଞ୍ଚଲ ଓ ୪ ଗୋଟି ପଞ୍ଚାୟତ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଲ ଭ୍ରମଣ କରିଥିଲେ । ଏହି କାର୍ଯ୍ୟ କ୍ରମର ମୁଖ୍ୟ ଉଦେଶ୍ୟ। 


 ୧ – ସେଫଟିକ ଟାଙ୍କିରୁ ବାହାରୁଥିବା ମଳକୁ ବାହାରେ ନ ଫୋପାଡି ସେସପୁଲ ଗଡିଦ୍ବାରା ମଳ ଉପଚାରଣ କେନ୍ଦ୍ର କୁ ପଠାଇ , ତାହାକୁ ସାର ଆକାରରରେ ରୂପାନ୍ତର କରାଏ ।


୨ – ଗ୍ରାମାଞ୍ଚଳରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ  କୁ ଉପଚାରଣ କେନ୍ଦ୍ର କୁ ପଠାଇ ଉପୋଯୋଗୀ  କମପୋଷ୍ଟ ସାରରେ ରୂପାନ୍ତର କରାଯାଏ। ସେ ବିଷୟରେ ସମସ୍ତ ଟିକି ନିକ ପ୍ରଶିକ୍ଷଣ ଦିଆଯାଇଥିଲା । 


ନୂଆଗାଁ ବ୍ଲକ ର ୨୨ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ , ସମିତି ସଭ୍ୟ ସଭ୍ୟା,ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ । ଆଜି ୧୧ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ , ସମିତି ସଭ୍ୟ ସଭ୍ୟା,ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ଙ୍କୁ ନେଇ ବ୍ଲକ ସଂଯୋଜକ କାହ୍ନୁ ଚରଣ ବେହେରା ନୟାଗଡ ବିଜ୍ଞାପିତ ଅଞ୍ଚଲ ପରିଦର୍ଶନରେ ନେଇଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ନୂଆଗାଁ ବିଡିଓ ଶଚିଦାନନ୍ଦ ମିଶ୍ର ଓ ଆସିଷ୍ଟାଣ୍ଡ ଏକ୍ଷୁକୁଟିଭ ଜନ୍ତ୍ରୀ ଶୁଭଶ୍ରୀ ପଣ୍ଡା  ସଂପୂର୍ଣ୍ଣ ଭାବରେ  ସହଯୋଗ କରିଥିଲେ


Post a Comment

0 Comments