ଶରତ ମହାପାତ୍ର (ପୁରୀ )୨୪ ଜୁନ ୨୦୨୩, ସମ୍ବତ-୨୦୮୦, ଶକାବ୍ଦ-୧୯୪୫, ସାଲ-୧୪୩୦, ଗଜପତ୍ୟାଙ୍କ-୬୫, ଦକ୍ଷିଣାୟନ, ବର୍ଷାଋତୁ, ମିଥୁନ ୧୦ଦିନ, ଆଷାଢ଼ ୨୦ଦିନ, ଶୁକ୍ଳପକ୍ଷ, ଶନିବାର,ଶୁକ୍ଳ ଷଷ୍ଠୀ ରାତ୍ର ୧୦ଘ ୧୬ମି ପର୍ଯ୍ଯନ୍ତ,ପରେ ସପ୍ତମୀ।ଚାନ୍ଦ୍ରରାଶି - ସିଂହ।ନକ୍ଷତ୍ର - ମଘା ପ୍ରାତଃ ୭ଘ ୨୦ମି ପର୍ଯ୍ଯନ୍ତ,ପରେ ପୂର୍ବାଫାଲ୍ଗୁନି।ଯୋଗିନୀ - ପଶ୍ଚିମେ ରାତ୍ର ୧୦ଘ ୧୬ମି ପର୍ଯ୍ଯନ୍ତ,ପରେ ବାୟବେ। ପୂର୍ବେ,ଆଗ୍ନୟେ,ଦକ୍ଷିଣେ ଯାତ୍ରା ନାସ୍ତି ରାତ୍ର ୧୦ଘ ୧୬ମି ପର୍ଯ୍ଯନ୍ତ,ପରେ ଆଗ୍ନୟେ,ଦକ୍ଷିଣେ,ନୈଋତେ ଯାତ୍ରା ନାସ୍ତି। ଏତଦ୍ ଭିନ୍ନ ଅନ୍ୟ ଦିଗ ଗୁଡ଼ିକରେ ଯାତ୍ରା ଶୁଭ।ଘାତଚନ୍ଦ୍ର - କର୍କଟ, ମକର ରାଶି ବ୍ଯକ୍ତିଙ୍କ ପାଇଁ।ଘାତବାର - ବୃଷ, ସିଂହ, କନ୍ୟା ରାଶି ବ୍ଯକ୍ତିଙ୍କ ପାଇଁ।ଘାତନକ୍ଷତ୍ର - ମେଷ ରାଶି ବ୍ଯକ୍ତିଙ୍କ ପାଇଁ ପ୍ରାତଃ ୭ଘ ୨୦ମି ପର୍ଯ୍ଯନ୍ତ।ଘାତତିଥି - ମେଷ,କର୍କଟ ରାଶି ବ୍ଯକ୍ତିଙ୍କ ପାଇଁ ରାତ୍ର ୧୦ଘ ୧୬ମି ପର୍ଯ୍ଯନ୍ତ।ଚନ୍ଦ୍ରଶୁଦ୍ଧି - ମିଥୁନ, ସିଂହ, ତୁଳା, ବିଚ୍ଛା, କୁମ୍ଭ, ମୀନ ସନ୍ଧ୍ଯା ୪ଘ ୫୭ମି ୨୫/ଜୁନ ପର୍ଯ୍ଯନ୍ତ।ଶ୍ରାଦ୍ଧକର୍ମ - ଷଷ୍ଠୀର ଶ୍ରାଦ୍ଧକର୍ମ।ପୁଷ୍କର - ମୃତେ ୧ପାଦ ରାତ୍ର ୧୦ଘ ୧୬ମି ପର୍ଯ୍ଯନ୍ତ,ପରେ ୨ପାଦ।ବର୍ଜନିୟ ଖାଦ୍ୟାଭ୍ୟାସ ଓ ଚଳଣି - ନିମ୍ବ ଓ ତୈଳ ରାତ୍ର ୧୦ଘ ୧୬ମି ପର୍ଯ୍ଯନ୍ତ,ପରେ ତାଳ।ଜୟ ଜଗନ୍ନାଥ।
0 Comments