କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ


 

👉ଏଇଟା ସମସ୍ତଙ୍କ କ୍ଷେତ୍ରରେ ନୁହେଁ କିନ୍ତୁ ଅଧିକାଂଶ ରେ ଘଟେ । ଦେଖିବେ ମେଟ୍ରିକ୍ ରେ ୮୦%,୯୦% ରଖିଥିବା ପିଲା ଯୁକ୍ତ ଦୁଇ ରେ ବିଜ୍ଞାନ ନେଇ ପଢନ୍ତି, ସେହି ପିଲା ଯୁକ୍ତ ଦୁଇ ରେ ୬୦%,୪୦% ଏମିତି କି ଫେଲ ହେବାର ନଜିର ଅଛି । ମୋର କହିବା କଥା ଦଶମ ରେ ୯୦% ରଖିଥିବା ପିଲା ଯୁକ୍ତ ଦୁଇ ରେ ୫୦% ରଖେ କାହିଁକି ??

ଏସବୁ ନେଇ କିଛି ମୋର ମତାମତ........

❌କେମିତି ଏ ଭୁଲ ହୁଏ ?

୧. ଯଦି ଗୋଟେ ପିଲା ମେଟ୍ରିକ୍ ରେ ଅଧିକ ମାର୍କ ରଖୁଛି ,ଘରେ ଗୋଟେ ଆଶା ଅଧିକ ହେଇ ଯାଉଛି ଯେ ଆମେ ତାକୁ ବିଜ୍ଞାନ ପଢେଇବୁ। ସେହି କ୍ଷେତ୍ରରେ ଗୋଟେ ଅଦୃଶ୍ୟ ଚାପ ରହୁଛି ପିଲାଙ୍କ ଉପରେ । କିଛି କ୍ଷେତ୍ରରେ ଜବରଦସ୍ତ ଚାପ ଦିଆ ଯାଏ ଆଡ଼ମିଶନ କରାଇବା ପାଇଁ।

୨. ମେଟ୍ରିକ୍ ପାସ୍ କରିଥିବା ପିଲାର ମସ୍ତିଷ୍କ ସେତେ ମାତ୍ରା ରେ ବିକାଶ ଘଟି ନଥାଏ ଯେପରି ସେ ନିଜର ଦକ୍ଷତା କୁ ଜାଣି ପାରିବ। ମୋର କହିବାର ଅର୍ଥ ହେଲା ଏ ସମୟରେ ପିଲା ନିଜର ଉପର ବଡ଼ ଭାଇ /ଭଉଣୀ ଙ୍କୁ ମାର୍ଗ ରେ ଯାଆନ୍ତି । ଯେପରି ମୋ ପରିବାର ରେ ସମସ୍ତେ କଳା ପଢ଼ିଛନ୍ତି ତେଣୁ ମୋତେ ପଢିବାକୁ ବାଧ୍ୟ।

୩. ଏଇଟା ପ୍ରାୟ ସମସ୍ତେ ଅଳ୍ପେ ବହୁତ୍ ଜାଣି ଥିବେ ପରୀକ୍ଷା ଫଳ ବାହାରି ସାରିଲା ପରେ ବନ୍ଧୁ/ବାନ୍ଧବ ରୁ କଲ୍ ଆସେ " ଆଛା ତୁମ ପୁଅ ଏତେ ରଖିଛି ତାଙ୍କୁ ବିଜ୍ଞାନ ପଢ଼ାଓ,ସେ କଳା ରେ କଣ ଅଛି ? ଜୀବନ ବର୍ବାଡ" ଏମିତି କେତେ କଣ।

୪. ସମାଜ ରେ ବି ଗୋଟେ ଧାରା ଅଛି ଯଦି ଯିଏ ବହୁତ୍ ଭଲ ମାର୍କ ରଖୁଛି ସେ ବିଜ୍ଞାନ, ମଧ୍ୟମ ହେଲେ ବାଣିଜ୍ୟ , ନିମ୍ନ ହେଲେ କଳା। ଏଥିରେ ପିଲାର ସ୍ଵାଧୀନତା କୁ ବଳି ଦିଆଯାଏ।

୫. ଏହି ବୟସରେ ପ୍ରାୟତଃ ଅଧିକାଂଶ ଘରେ ପିଲା ମାନଙ୍କୁ ଅଧିକାର ଦିଆ ଯାଏନି ନିଜ ପସନ୍ଦରେ ପାଠ ପଢିବା ପାଇଁ ।

❌ଏ ଭୁଲ ର ଫଳ ?

୧. ଯେଉଁ ପିଲା କଳା ପଢ଼ିଥିଲେ ୮୦% ମାର୍କ ରଖି ଥାଆନ୍ତା ,ସେ ବିଜ୍ଞାନ ପଢ଼ି ୪୦% ରଖୁଛି।

୨. କିଛି ପିଲା ମାନସିକ ଅବସାଦ କୁ ଚାଲି ଯାଆନ୍ତି ।କାରଣ ଯେତେ ବେଳେ ପିଲା ବୁଝେ ଯେ ଏ ପାଠ ମୋର ପସନ୍ଦ ନୁହେଁ କିମ୍ବା ମୋ ଦକ୍ଷତା ବାହାରେ ସେତେବେଳକୁ ଆଉ କିଛି ନ ଥାଏ ,ଆଡ଼ମିଶନ ସରି ଯାଇ ଥାଏ ,ସମୟ ବହୁତ୍ ଯାଇ ସାରିଥାଏ ।ଫେରିବାର ବାଟ ଆଉ କିଛି ନ ଥାଏ।

୩. ମଧ୍ୟବିତ୍ତ ପରିବାରର ବି ଗୋଟେ ଆର୍ଥିକ ଚାପ ରୁହେ ,ଯେପରି ମୋ ପରିବାର ମୋ ଉପରେ ଏତେ ଟଙ୍କା ଖର୍ଚ୍ଚ କଲେ କିନ୍ତୁ ମୁଁ କିଛି ବୁଝି ପାରୁନି,ପାଠ ହେଉନି ଇତ୍ୟାଦି......ଆତ୍ମହତ୍ୟା କରିବାର ବି ନଜର ଅଛି।

୪. ଗୋଟେ ସର୍ଭେ ରୁ ଜଣା ପଡ଼ିଛି ଯୁକ୍ତ ଦୁଇ ରେ ଥିବା ବେଳେ ପିଲା ମାନେ ଅଧିକ ମାନସିକ ଚାପ ଦେଇ ଯାଆନ୍ତି । ମାନସିକ ଚାପ ରହିଲେ ପାଠ କଣ ଶାଠ ବି ହେବନି।

✅ କେମିତି ଏ ଭୁଲ କୁ ବନ୍ଦ କରାଯାଇ ପାରିବ?

⭐ ପ୍ରଥମେ ତ ଆମେ ମାନେ (ଅଭିଭାବକ,ବନ୍ଧୁ ଇତ୍ୟାଦି) ମାନସିକ ବିକୃତି ରୁ ବାହାରନ୍ତୁ ଏବଂ ନିଜ ପିଲାଙ୍କୁ ସ୍ଵାଧୀନତା ଦିଅନ୍ତୁ।

⭐ ପିଲାର ମାର୍କ ନୁହେଁ ଦକ୍ଷତା ଦେଖି ଉଚ୍ଚଶିକ୍ଷା ରେ ଆଡ଼ମିଶନ କରାନ୍ତୁ।

⭐ ଦଶମ ଶ୍ରେଣୀ ରେ ଗୋଟେ ପିଲାର ଆଗ୍ରହ ଦେଖି ଗୋଟେ ସମ୍ଭାବନା ଲଗାଯାଇ ପାରେ ଯେ ସେ ଯୁକ୍ତ ଦୁଇ ରେ କଣ ପଢ଼ି ପାରିବ ?

⭐ ପିଲା ମାନଙ୍କୁ ଅନ୍ୟ ମାନଙ୍କ ସହ ତୁଳନା କରିବା ବନ୍ଦ କରନ୍ତୁ।

⭐ ଥରେ ଭୁଲ କଲେ ଜୀବନ ସାରା ଭୋଗିବାକୁ ପଡ଼େ ,ଏମିତି କେବେ ନ ହଉ କେହି କେବେ ନିଜର ବିଫଳତା ପାଇଁ ଆପଣଙ୍କୁ ଦୋଷ ଦେଉ।

ମୁଁ ଏମିତି ବହୁତ୍ ଜଣଙ୍କ ପାଖରୁ ଶୁଣିଛି " ମୁଁ ଯଦି ବିଜ୍ଞାନ ନ ପଢ଼ି କଳା ପଢ଼ି ଥାଆନ୍ତି ହୁଏତ ୮୦% ରଖି ଥାଆନ୍ତି "।

(ଲୋକମାନେ ଏ ବିଷୟକୁ କମ୍ ଗୁରୁତ୍ୱପୂର୍ଣ୍ଣ ଭାବନ୍ତି, ଲାଜ ବି କରନ୍ତି। ଆମେ ସମସ୍ୟାର ସମାଧାନ ଖୋଜିବା)।🙏

Post a Comment

0 Comments