ନୂଆଗାଁ ବ୍ଲକ ପରିସରରେ ଭୋଟର କାର୍ଡ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

 


ନୂଆଗାଁ ବ୍ଲକ ସଭା ଗୃହରେ ଭାରତ ସରକାରଙ୍କ ନିର୍ବାଚନ ଆୟୋଗ ତଥା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ନୂଆଗାଁ ବ୍ଲକ୍ ସଭାଗୃହରେ ବ୍ଲକ୍ ସ୍ତରୀୟ ବୁଥ ଅଧିକାରୀ ମାନଙ୍କ ଏକ ପ୍ରଶିକ୍ଷଣ ତଥା ଭୋଟର କାର୍ଡ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ  ବିଡ଼ିଓ ସଚିଦା ନନ୍ଦ ମିଶ୍ର  ପୌରହିତ୍ୟ କରି ଭୋଟର କାର୍ଡ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ସୁଦର୍ଶନ ଭୋଳ,ଅନିତା ରାମ,ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ,ସି ପି , ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ୍ ର ବୁଥ ଅଧିକାରୀମାନେ  ଅଂଶ ଗ୍ରହଣ କରିଥିଲେ।

Post a Comment

0 Comments