IPL Award List: ଜାଣନ୍ତୁ କାହାକୁ ମିଳିଲା କେଉଁ ଆଓ୍ଵାର୍ଡ, ଏହି ଖେଳାଳିଙ୍କୁ ମିଳିଲା ସର୍ବାଧିକ ୩ ପୁରସ୍କାର l*




             *ବିଜେତା ଏବଂ ଉପବିଜେତା*


ଆଇପିଏଲ୍ ୨୦୨୩ର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ୫ଥର ଟ୍ରଫି ଜିତିବାରେ ସଫଳ ହୋଇଛି। ରୋମାଞ୍ଚକର ଫାଇନାଲ୍‌ରେ ପରାଜିତ ହୋଇ ଉପବିଜେତାରେ ଗୁଜରାଟ ଟାଇଟନ୍ସକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।


           *ପ୍ଲେୟାର ଅଫ ଦ ମ୍ୟାଚ୍*


ଚେନ୍ନାଇ ସୁପର କିଙ୍ଗ୍ସର ଓପନିଂ ବ୍ୟାଟର ଡେଭନ କନଓ୍ଵେଙ୍କୁ ପ୍ଲେୟାର ଅଫ ଦ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ସେ ଫାଇନାଲ୍ ମ୍ୟାଚ୍‌ରେ ୨୫ ବଲ୍‌ରୁ ୪ ଚୌକା ଏବଂ ୨ ଛକା ସହାୟତାରେ ୪୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।


         *ଏମର୍ଜିଂ ପ୍ଲେୟାର ଅଫ ଦ ସିଜିନ*


ରାଜସ୍ଥାନ ରୟାଲ୍ସର ଓପନିଂ ବ୍ୟାଟର ଯଶସ୍ଵୀ ଜୟସଓ୍ଵାଲଙ୍କୁ ଏମର୍ଜିଂ ପ୍ଲେୟାର ଅଫ ଦ ସିଜିନ ଆଓ୍ଵାର୍ଡ ମିଳିଛି। ସେ ଚଳିତ ସଂସ୍କରଣରେ ୧ ଶତକ ଏବଂ ୫ ଅର୍ଦ୍ଧଶତକ ସହ ମୋଟ୍ ୬୨୫ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୫ ରହିଥିଲା।


           *ମୋଷ୍ଟ ଭେଲ୍ୟୁଏବଲ ପ୍ଲେୟାର ଅଫ ଦ ସିଜିନ*


ଆଇପିଏଲ୍‌ରେ କୌଣସି ଖେଳାଳିଙ୍କୁ ପ୍ଲେୟାର ଅଫ ଦ ସିଜିନ ଜାଗାରେ ମୋଷ୍ଟ ଭେଲ୍ୟୁଏବଲ ପ୍ଲେୟାର ଅଫ ଦ ସିଜିନର ଆଓ୍ଵାର୍ଡ ଦିଆଯାଉଛି। ଏଥର ଏହି ଆଓ୍ଵାର୍ଡ ଶୁଭମନ ଗିଲ୍‌ଙ୍କ ନାମରେ ରହିଛି। ସେ ଗୁଜରାଟ ପକ୍ଷରୁ ୩ ଶତକ ଏବଂ ୪ ଅର୍ଦ୍ଧଶତକ ସହ ୮୯୦ ରନ କରିଛନ୍ତି।


           *ଆଇପିଏଲ୍ ୨୦୨୩ ଅରେଞ୍ଜ କ୍ୟାପ୍*


ଆଇପିଏଲ୍ ୨୦୨୩ର ଅରେଞ୍ଜ କ୍ୟାପ୍ ହୋଲ୍ଡର ଶୁଭମନ ଗିଲ୍‌ଙ୍କୁ ମିଳିଛି। ସେ ଏହି ସିଜିନରେ ସର୍ବାଧିକ ରନ ତାଙ୍କରି ନାମରେ ରହିଛି। ଗିଲ୍ ୧୭ଟି ଇନିଂସରେ ୧୫୮ ଷ୍ଟ୍ରାଇକ ରେଟ୍‌ରେ ୮୯୦ ରନ କରିଛନ୍ତି।


        *ଆଇପିଏଲ୍ ୨୦୨୩ ପର୍ପଲ କ୍ୟାପ୍ ହୋଲ୍ଡର*


ଆଇପିଏଲ୍ ୨୦୨୩ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଗୁଜରାଟ ଟାଇଟନ୍ସର ମହମ୍ମଦ ଶାମିଙ୍କୁ ଏହି ଆଓ୍ଵାର୍ଡ ମିଳିଛି। ସେ ୧୭ଟି ମ୍ୟାଚ୍‌ରେ ମୋଟ୍ ୨୮ଟି ଓ୍ଵିକେଟ୍ ହାସଲ କରିଛନ୍ତି। ହେଲେ ଫାଇନାଲ୍‌ରେ ତାଙ୍କୁ ଗୋଟିଏ ହେଲେ ସଫଳତା ମିଳିନଥିଲା।


          *ଗେମ୍ ଚେଞ୍ଜର ଅଫ ଦ ସିଜିନ*


ଆଇପିଏଲ୍ ୧୬ତମ ସଂସ୍କରଣ ପାଇଁ ଗେମ୍ ଚେଞ୍ଜର ଅଫ ଦ ସିଜିନର ଆଓ୍ଵାର୍ଡ ମଧ୍ୟ ଶୁଭମନ ଗିଲ୍‌ଙ୍କୁ ମିଳିଛି। ସେ ଗୋଟିଏ କି ଦୁଇଟି ନୁହେଁ ୬ରୁ ଅଧିକ ମ୍ୟାଚ୍‌ର ରୂପରେଖ ବଦଳାଇଥିଲେ ଏବଂ ସବୁଠୁ ଅଧିକ ପଏଣ୍ଟ ହାସଲ କରିଥିଲେ।


         *ବେଷ୍ଟ କ୍ୟାଚ୍ ଅଫ ଦ ସିଜିନ୍*


ଗୁଜରାଟ ଟାଇଟନ୍ସର ଅଲରାଉଣ୍ଡର ରଶିଦ ଖାନଙ୍କୁ ବେଷ୍ଟ କ୍ୟାଚ୍ ଅଫ ଦ ସିଜିନର ଆଓ୍ଵାର୍ଡ ମିଳିଛି। ସେ ଗୁଜରାଟ ଟାଇଟନ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମ୍ୟାଚ୍‌ରେ କାଇଲ୍ ମେୟର୍ସଙ୍କ କ୍ୟାଚ୍ ଧରିଥିଲେ। ଏହି କ୍ୟାଚ୍ ଏହି ସିଜିନର ବେଷ୍ଟ କ୍ୟାଚ୍ ରହିଛି।


            *ଫେୟାରପ୍ଲେ ଆଓ୍ଵାର୍ଡ*


ଆଇପିଏଲ୍ ୨୦୨୩ର ପଏଣ୍ଟ ଟେବୁଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୯ମ ସ୍ଥାନରେ ରହିଥିଲେ ହେଁ ପଡ଼ିଆରେ ଖେଳୁଆଡ଼ ଭାବନା ଦେଖାଇବା ଯୋଗୁଁ ତାଙ୍କୁ ଫେୟାରପ୍ଲେ ଆଓ୍ଵାର୍ଡ ମିଳିଛି।


         *ବେଷ୍ଟ ଷ୍ଟ୍ରାଇକର ଅଫ ଦ ସିଜିନ*


ଆଇପିଏଲ୍‌ର ଏହି ସିଜିନରେ ସବୁଠୁ ଦ୍ରୁତ ଗତିରେ ରନ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟର ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ବେଷ୍ଟ ଷ୍ଟ୍ରାଇକର ଅଫ ଦ ସିଜିନର ଆଓ୍ଵାର୍ଡ ମିଳିଛି। ସେ ଏହି ସିଜିନରେ ୧୮୩.୪୯ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ୍ ୪୦୦ ରନ କରିଛନ୍ତି। ତାଙ୍କ ଉପରେ ରାଶିଦ ଖାନ ଅଛନ୍ତି, ହେଲେ ସେ କେବଳ ୧୩୦ ରନ କରିଛନ୍ତି।


       ➖️➖️➖️▪️❣️▪️➖️➖️➖️

Post a Comment

0 Comments