ନୂଆଗାଁ ବ୍ଲକ ଅନ୍ତର୍ଗତ ଢେଙ୍କେଣ| ଗ୍ରାମ ପଞ୍ଚାୟତ ରେ ଥିବା ବଳଭଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସର୍ବେଶ୍ଵର ବେହେରା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଜନଶକ୍ତି ଉଚ୍ଚ ବିଦ୍ୟାଳୟ,ଚାହାଳି କ୍ଲୁଷ୍ଟର ର ଶିକ୍ଷକ ମାନଙ୍କ ଦ୍ଵାରା ପାଳିତ ହୋଇଯାଇଅଛି| ଏଥିରେ ନୂଆଗାଁ ବ୍ଲକ୍ ସହ ଶିକ୍ଷାଧିକାରୀ ଉମେଶ ଚନ୍ଦ୍ର କର, ଜନଶକ୍ତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ, ମିଳିତ ପ୍ରାଥମିକ ଶିକ୍ଷକ ର ସଭାପତି ଚିନ୍ତାମଣି ମିଶ୍ର, ସିଆରସିସି ବିଭୂତି ଭୂଷଣ ମିଶ୍ର, ସ୍ଥାନୀୟ ସରପଞ୍ଚ ଙ୍କ ସହ ଅଞ୍ଚଳ ର ଶିକ୍ଷାପ୍ରେମୀ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ |
ଅବସରପ୍ରାପ୍ତ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ସହ ପ୍ରୋଭିଜିନାଲ ପେନସନ ସମ୍ବନ୍ଧୀୟ ଚିଠି ପ୍ରଦାନ କରାଯାଇଥିଲା| ଏଥିରେ କ୍ଲଷ୍ଟର୍ ର ସମସ୍ତ ଶିକ୍ଷକ ମାନେ ସହଯୋଗ କରିଥିଲେ|
0 Comments