ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମ ରେ ଜଣେ ବୃଦ୍ଧା ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି | ଗତ ସୋମବାର ଦିନ ୧୦ ଘଟିକା ସମୟ ରେ ଖଣ୍ଡୁଗାଁ ଗ୍ରାମ ର ଲଷ୍ମୀ ଦାସ ସ୍ୱାମୀ -ଭିକାରି ଦାସ (ମୃତ )ବୟସ ୧00ରୁ ଉର୍ଦ୍ଧ ବାଡ଼ିପଟେ ଥିବା ଡାହୁକା ନଦୀ କୁ ଗାଧେଇବା ପାଇଁ ଆସି ଆଉ ଫେରିନଥିଲେ | ଫଳ ରେ ପରିବାର ପକ୍ଷରୁ ବହୁ ଖୋଜା ଖୋଜି କରି ନିରାଶ୍ର ହେଲା ପରେ ନୟାଗଡ଼ ଅଗ୍ନିଶମ ବାହନୀ କୁ ଖବର ଦେଇଥିଲେ | ତେବେ ଡାହୁକା ନଦୀ ରେ ସୃଷ୍ଟି ହେଇଥିବା ଗଣ୍ଡ ଗୁଡିକ ଖୋଜା ଖୋଜି ଚାଲିଛି | ଆଜ କୁ ଘଟଣା ଘଟିବାର ୨ ଦିନ ବିତିଯାଇଥିଲେ ସୁଦ୍ଧା ବୃଦ୍ଧା ଙ୍କ କୌଣସି ସନ୍ଧାନ ମିଳିନି |
0 Comments