ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ । ଭବନର ଶୁଭ ଭୀତିପ୍ରସ୍ତର ସ୍ଥାପନ

 


ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ

ଭବନର ଶୁଭ ଭୀତିପ୍ରସ୍ତର ସ୍ଥାପନ

ନୟାଗଡ ଜିଲ୍ଲା (ନୂଆଗାଁ )ଅନୁଷ୍ଠାନିକ ଭ୍ବାବରେ ନୂଆଗାଁ  ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ଆଞ୍ଚଳିକ ସଂଘ ଦ୍ଵାରା ଅନୁଷ୍ଠିତ ହୋଇଛି । ସଂଘର ସଭାପତି ଶିବଦତ ପାତ୍ରଙ୍କ ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ,ଉତ୍କଳ ସାମ୍ବାଦିକ ସଂଘର ଓଡିଶା ସଭାପତି ବିଭୁତି ଭୂଷଣ କର ମୁଖ୍ୟ ବକ୍ତା ,ସମ୍ମାନିତ ଅଠିଥିଭାବରେ ନିରୂପମା ଖଟେଇ ,ଅଧକ୍ଷ୍ୟା ନୟାଗଡ ମୁନିସିପାଲିଟି ,ଲକ୍ଷ୍ମୀପ୍ରିୟ ବେହେରା ,ଅଧକ୍ଷ୍ୟା ନୂଆଗାଁ ବ୍ଲକ ,ସୁନନ୍ଦା ସାହୁ ଅଧକ୍ଷ୍ୟା ଦଶପଲ୍ଲା  ବ୍ଲକ,ଶ୍ରୀକାନ୍ତ ଖଟେଇ ସଭାପତି ଉତ୍କଳ ସାମ୍ବାଦିକ ସଂଘ ନୟାଗଡ ଜିଲ୍ଲା ,ପରସୁରାମ ସ୍ଵାଇଁ ଉପଧାକ୍ଷା ନୂଆଗାଁ ବ୍ଲକ ,ସଚିଡାନନ୍ଦ ମିଶ୍ର ବିଡିଓ ନୂଆଗାଁ ବ୍ଲକ ,ହେମନ୍ତ କୁମାର ନାୟକ ତହସିଲଦାର ନୂଆଗାଁ ,ପୁଷ୍ପାଞ୍ଜଳି ବେହେରା ନୂଆଗାଁ ଥାନା ଭରପ୍ରାପ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ତତ ସହିତ ଦଶପଲ୍ଲା ,ଗାଣିଆ,ଖଣ୍ଡପଡା ,ନୟାଗଡ ,ଓଡଗାଁ ବ୍ଲକ ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ ।


ସନ୍ଧ୍ଯା ସମୟରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ । ଅତିଥିମାନଙ୍କୁ ଫୁଲ ତୋଦଦେଇ ସ୍ଵାଗତ ସମବର୍ଦ୍ଧନ କରାଯାଥିଲା । ଶିକ୍ଷକ ମଦନ ମୋହନ ପ୍ରଧାନଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରଯାଇଥିଲା । ସମସ୍ତ ସମ୍ମାନିତ ଅତିଥିମାନେ ଅଭିଭାଶଣ  ଦେଇ ସମ୍ବାଦିକ ମାନେ କିଭଳି ସମାଜର ମୁଖ୍ୟ ସ୍ରୋତ ରେ ଅଗଧାଡିରେ ଦଣ୍ଡୟମାନ ହୋଇ ସମସ୍ୟା ,ଘଟନା ,ଦୁର୍ଘଟଣା କୁ ପରିବେଷଣ କରିଥାନ୍ତି ସେ ନେଇ ବକ୍ତବ୍ୟ ଦେଇଥିଲେ ।

ଓଡିଶା ଉତ୍କଳ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ଆମ୍ବାଦିକ ବିଭୁତି ଭୂଷଣ କର ନିଜ ଅଭିଭାଷଣରେ ସାମ୍ବାଦିକ ମାନଙ୍କର ସମସ୍ଯା
,ସୁରକ୍ଷା ବିଷୟରେ ସଂକ୍ଷିପ୍ତ ଅଭିଭାଷଣ ମାଧ୍ୟମରେ ଅନ୍ୟ ରାଜ୍ୟ ଭଳି ଓଡିଶାରେ କିପରି ସାମ୍ବାଦିକମାନଙ୍କର ଅବସର କାଳୀନ ଭତା ଓ ସ୍ୱାସ୍ଥ୍ୟ ବୀମା ବିଷୟରେ କହିଥିଲେ ।

ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜ ଅଭିଭାଷଣ ମାଧ୍ୟମରେ ନିରପେକ୍ଷ ଭାବରେ ସମ୍ବାଦିକତା କରିବା ସହିତ ସମାଜର ସମସ୍ଯାକୁ ଉପସ୍ଥାପନ କରିବା ଦ୍ଵାରା ଗ୍ରାମାଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଘଟଣା ବିଭାଗୀୟ ଅଫିସରଙ୍କୁ ତାଗିଦ କରି ସମସ୍ୟାର ସମଧାନ କରାଯାଇଛି । ଶେଷରେ ନୂଆଗାଁ ବ୍ଲକ ଦଶମ ପରୀକ୍ଷାରେ ଏ୧କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ମଧ୍ଯ ସମ୍ମାନିତକରଯାଇଥିଲା

ଶେଷରେ ନୂଆଗାଁ ଆଞ୍ଚଳିକ ସଂଘର ଭବନର ଶୁଭ ଭୀତିପ୍ରସ୍ତର ସ୍ଥାପନ କରିଥିଲେ  ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା

Post a Comment

0 Comments