* ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପୁଣି ସଭାପତି
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କମିଟି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଜିଲ୍ଲା ବି ଜେ ଡି , ଜିଲ୍ଲା ସଭାପତି ଭାବେ ଦଶପଲ୍ଲା ର ଲୋକପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରା ପୁନଃ ଅବସ୍ଥାପିତ ହୋଇଥିବାବେଳେ ୧୨ ଜଣ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଉପସଭାପତି ମାନେ ହେଲେ ପ୍ରଶନ୍ନ ପ୍ରଧାନ, ପଦ୍ମଉଦୟ ଭାନୁ, ନିତ୍ୟାନନ୍ଦ ପ୍ରଧାନ, ସୂର୍ଯ୍ୟମଣୀ ଦାସ, ଶେଷଦେବ ସ୍ବାଇଁ, ଦିଲ୍ଲୀପ କୁମାର ଦଳବେହେରା, ନିରଞ୍ଜନ ବେହେରା, ଗୟାଧର ପରିଡା, କିଶୋର ଚନ୍ଦ୍ର ଦାସ, ହୁଲ୍ଲାସ ନାୟକ,ଶଗିରିଜାକାନ୍ତ ମହାପାତ୍ର ଓ ପାଣ୍ଡବ ସେଠୀ । ସେହିପରି ଭାବେ ସାଧାରଣ ସମ୍ପାଦକ ଭାବେ ୨୦ ଜଣଙ୍କୁ ନିଯୁକ୍ତି ମିଳିଛି । ଦଶପଲ୍ଲା ଅଂଚଳର ଯୁବ ବିଜେ ଡି କର୍ମକର୍ତ୍ତା କମଳାକାନ୍ତ ଷଡ଼ଙ୍ଗୀ ( ଠୁକୁଲି ଭାଇନା ) କୁଂ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆଇ ଟି ସଂପାଦକ ଦାଇତ୍ବ ମିଳିବା ସହିତ ୬୦ ଜଣଙ୍କୁ ସମ୍ପାଦକ ଭାବରେ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ଜଣ ଶୋସିଆଲ ମିଡିଆ କୋଡିନେଟର ନିଯୁକ୍ତ ହୋଇଛନ୍ତି । ନୟାଗଡ଼ ପୌରାଞ୍ଚଳ ଓ ୪ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସଭାପତି ନିଯୁକ୍ତ ହୋଇଛନ୍ତି । ଶଙ୍ଖ ଭବନରୁ ଆଜି ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର କମିଟି ଘୋଷଣା କରାଯାଇଛି ।ନୟାଗଡ଼ ରୁ ରତ୍ନାକର ହୋତା.
0 Comments