ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା ସଂସ୍ଥା ଆନୁକୁଲ୍ଯରେ ଡିଜାବଲ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ

 ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା ସଂସ୍ଥା ଆନୁକୁଲ୍ଯରେ ଡ ଡିଜାବଲ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଂପଡା ସ୍କୁଲ ପ୍ରାଙ୍ଗଣରେ ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା ସଂସ୍ଥା ଆନୁକୁଲ୍ଯରେ ଡିଜାବଲ ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଲକ୍ଷ୍ମୀଧର ବେହେରାଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ଅଦ୍ଦୀପତ କହଁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ନୂଆଗାଁ ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଓ ମାଈଛେଳି ସରପଞ୍ଚଙ୍କ ପ୍ରତିନିଧି ଦାଶରଥି ପ୍ରଧାନ ଯୋଗଦେଇଥିଲେ ।


ଡିଜାବଲ ରିଲିଫ ଅର୍ଗାନାଇଜେସନ ମୁଖ୍ୟ ଉଦେଶୟ ଭିର୍ନ୍ନ କ୍ଷମନକୁ ମାନଙ୍କୁ ସରକାରଙ୍କ ତରଫରୁ ଆସୁଥିବା ସମସ୍ତ ଯୋଜଯନ ସଠିକ ଭିର୍ନ୍ନକ୍ଷମ ବ୍ୟକ୍ତି ପାଖରେ ପହଞ୍ଚୁ । ନୟାଗଡ ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଭିରାନ୍ନ କ୍ଷମ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଆସିଥିବା ସମସ୍ତ ଯୋଜନା ବିଷୟରେ ବୁଝିଅଥିଲେ ।ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀନି ଵାଣିଶ୍ରୀ ସ୍କିମ ମଧ୍ୟମତେ ଆବେଦନ କରି କହିବ ସହିତ ବ୍ଲକ ପ୍ରଶାସନ ପକ୍ଷରୁ ହୁଇଲ ଚେତାର, ଟ୍ରଏ ସାଇକେଲ ପ୍ରଦାନ କିଭଳି ଆବେଦନ କରି ଦିଆ ଯାଇଥାଏ ବୁଝାଇଥିଲେ ।

ଶେଷରେ ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା ସଂସ୍ଥା ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖରେ କିଛି ଦାବି ଉପସ୍ଥାପନ କରିଥିଲେ ଯଥା ଦାବି ନ ୧ –ବ୍ଲକ ମଧ୍ୟରେ ଭିନ୍ନ କ୍ଷମ ମାନଙ୍କ ପାଇଁ ଫିଜୋଥେରପି ସେଣ୍ଟର କରାଯାଉ ,୨- ଫର୍ଡ ସାର୍ଟିଫିକେଟ ହିତାଧିକାରୀ କରି ଚି଼ହ୍ନଟ କରାଯାଉ.୩ –ଜିଲ୍ଲା କାର୍ଯ୍ୟ ଲୟରେ କାର୍ଯ୍ୟରତ କିରାଣୀ ମାନେ ଭିର୍ଣ୍ଣ କ୍ଷମ ମାନଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି ସେନେଇ ମୌଖିକ ଦାବି ଉପସ୍ଥାପନ କରିଥିଲେ କିନ୍ତୁ ଏସବୁ ଦାବୀକୁ ଲିଖିତ ଆକାରରେ ଜିଲ୍ଲା ପାଳଙ୍କୁ ଜଣାଇବା ପାଇଁ ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ପରାମର୍ଶ ଦେଇଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଦ୍ଵାରା ଡିଜାବିଲିଟି ସାର୍ଟିଫିକେଟ ବଣ୍ଟା ଯାଇଥିଲା । କିନ୍ତୁ ଦେଖିବାକୁ ମିଳିଥିଲା ବହୁସାର୍ଟିଫିକେଟ ୩୦ % କମ ଥିବାରୁ ଭିର୍ଣ୍ଣ କ୍ଷମ ହିତାଧିକାରୀଙ୍କ ମନରେ କଷ୍ଟ ଦେଇଥିଲା । କାରଣ ୩୦ % ଶତକଡା ଭିର୍ଣ୍ଣକ୍ଷମ ମିଳିଲେ ତାହା କୌଣସି ସରକାରୀ ଯୋଜନା ଅନ୍ତର୍ଭୁକ୍ତ ହେବାନାହି । ସେ ନେଇ ଅସନ୍ତୋଷ ଦେଖାଦେଇଥିଲା ।

ପୁନର୍ବାର ଯାଞ୍ଚ କରାଯିବ ବୋଲି ନୂଆଗାଁ ସାମାଜିକ ସୁରକ୍ଷା ଅଧିକାରୀନି କହିଥିଲେ ।ଡିଜାବଲ ରିଲିଫ ଅର୍ଗାନାଇଜେସନ ଭିନ୍ନ କ୍ଷମ ସହାୟତା ସଂସ୍ଥା ଲକ୍ଷ୍ମୀଧର ବେହେରା - ସହସମ୍ପାଦକବିମଳ କାନ୍ତ କର - ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ,ସଂଯୋଜିକା - ସୁଭଲକ୍ଷି ନାଥ,ଫିଲ୍ଡ ଷ୍ଟାଫ - ସରୋଜିନୀ ପରିଡ଼ାମ,ମିତା ଗୋଚ୍ଛାୟତସ୍ୱ,ର୍ବଲତା ମହାପାତ୍ରକୁ,ନି ମଞ୍ଜରୀ ଭଞ୍ଜ

Post a Comment

0 Comments