ନୂଆଗାଁ ବ୍ଲକ ମିଳିତ ଅମଲା ମଞ୍ଛର କଳା ବ୍ୟାଚ ପରିଧାନ ।


 


ନୂଆଗାଁ ବ୍ଲକର ମିଳିତ ଅମଲା ମଞ୍ଛର କର୍ମ କର୍ତା ମାନେ ପରିଧାନ କଲେ କଳା ବ୍ୟାଚ। । ରାଜ୍ୟବ୍ୟପି  ଅମଲାମଞ୍ଚ ଡାକରାରେ ସେମାନଙ୍କର ବେତନରେ ଥିବା କଲା ଖେପଣ ନୀତିକୁ ବିରୋଧ କରି ମିଳିତ ଅମଲା ମଞ୍ଚର ଡାକରାକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଞ୍ଚଳରେ ଥିବା ବିଭିର୍ନ୍ନ ସରକାରୀ କାର୍ଯ୍ୟIଳୟଗୁଡିକରେ କାର୍ଯ୍ୟ କରିଚାଲିଛନ୍ତି । ନୂଆଗାଁ ବ୍ଲକ ପରିସରରେ ଥିବା ସମସ୍ତ ବିଭାଗର କର୍ମଚାରୀ କିରଣି ଆଜି କଳା ବ୍ୟାଚ ପରିଧାନ କରି ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ବିରୋଧ କରିବା ସହିତ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରିଅଛନ୍ତି। ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରନ ଗଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ତତ ସହିତ ୨୩ ତାରିଖ ସୁଧା ଦାବି ପୂରଣ ନ ହେଲେ । ଜୁନ ୨ ତାରିଖରୁ ସମୂହ ଛୁଟିରେ ରହିବା ପାଇଁ ସଂଘ ତରଫରୁ ନିସ୍ପତି ହୋଇଛି।


Post a Comment

0 Comments