ମହୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ ଜଣ କ୍ଷତ ଵିକ୍ଷତ ଅବସ୍ଥାରେ ଭର୍ତି.
ସୂଚନା ମୁତାବକ ଆଜି ରାତି 11ଘଟିକା ସମୟରେ ପରାଢିପି ଗ୍ରାମର ସୁରେନ୍ଦ୍ର ସାହୁ, ପୁଅ ଅମିତ ସୌମେନ୍ଦ୍ର ସାହୁ ଏବଂ ଝିଅ କ୍ଷତ ବିକ୍ଷତ ହୋଇ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତି ହୋଇଛନ୍ତି. ସଭିଙ୍କର ମୁଣ୍ଡରେ ଗଭିର ଆଘାତ ଲାଗିଛି. ସେମାନଙ୍କୁ ପ୍ରାଥମିକ ଚିକିଛା କରାଯାଇଛି. ସ୍ଥାନୀୟ ଜନସାଧରଣ ଯାହା ସୂଚନା ଦେଇ ଅଛନ୍ତି ପାରାଢ଼ିପି ଗ୍ରାମରେ ୨ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରୀ ଜମିବାଡ଼ିକୁ ନେଇ ବାଦ ବିବାଦ ଲାଗିରହିଛି. ଆଜି ତାହା ଉଗ୍ରରୂପ ନେଇ ଥିଲା ଆଜି ୨ ପରିବାର ମଧ୍ୟରେ ପାଟିତୁଣ୍ଡ ସହିତ ମାଡପିଟ ହୋଇଥିଲା.ଯଦ୍ୱାରା କ୍ଷତ ବିଖ୍ୟତ ହୋଇ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେବାର ସୂଚନା ମିଳିଛି. ଖବର ସଂଗ୍ରହ ପର୍ଯ୍ୟନ୍ତ ପୋଲିସ ରେ କୌଣସି ଏତଲା ହୋଇ ନଥିବାର ସୂଚନା ମିଳିଛି.
0 Comments