ଦଶପଲ୍ଲା ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

 


 ନୟାଗଡ (ଦଶପଲ୍ଲା )ଦଶପଲ୍ଲା ଥାନା ପରିସରରେ ‘ଆମ ପୁଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ

ସ୍ଥାନୀୟ ଜନ ପ୍ରତିନିଧି କଂ ସମେତ ଦଶପଲ୍ଲା ଅଂଚଳର ବହୁ ବୁଦ୍ଧିଜୀବୀ ଓ ମାଣ୍ୟଗଣ୍ୟ ଜନସାଧାରଣ ଉପସ୍ଥିତ ଥିଲେ। ଦିନକୁ ଦିନ ଦଶପଲ୍ଲା ଅଂଚଳରେ, ଚୋରି, ରାହାଜାନୀ, ଛିନତାଇ,ନିଶା କାରବାର,ହତ୍ୟା, ମାର୍ ପିଟ୍ ଭଳି ,ଅପରାଧିକ କାର୍ଯ୍ୟକଳାପ ଏବଂ ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ଏହା ଉପରେ ସଚେତନ ନାଗରିକ ମାନେ , ବିସ୍ତ୍ରୁତ ଆଲୋଚନା କରିଥିଲା। ବିଭିନ୍ନ କାର୍ଯ୍ୟରେ ପୁଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ପୋଲିସ ଅଧିକାରୀ ବସନ୍ତ କୁମାର ସାହୁ ନିବେଦନ କରିଥିଲେ । ଦଶପଲ୍ଲା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଥାନା ଅଂଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ସଠିକ୍ ଭାବରେ ପରିଚାଳିତ କରୁଥିବାରୁ ଥାନାଧିକାରୀ ବସନ୍ତ କୁମାର ସାହୁ କୁଂ ଉପସ୍ଥିତ ବ୍ୟକ୍ତି ମାନେ ଧନ୍ୟବାଦ ଦେଇଥିଲେ ।

Post a Comment

0 Comments