ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ କାର୍ଯ୍ୟ ରତ ଅମ୍ରିତ ସରୋବର ପ୍ରୋଜେକଟ କୁ ଆଜି ପରିଦର୍ଶନ ରେ ଆସିଲେ ନୟାଗଡ଼ ଜିଲ୍ଲା ନୋଡାଲ ଅଧିକାରୀ ଦିଲୀପ କୁମାର ଜେନା. ମିଳିଥିବା ତଥ୍ୟ ଅନୁସାରେ ଆଜି ନୂଆଗାଁ ବିଡ଼ିଓ ସଚିଦାନ୍ଦ ମିଶ୍ର ନୋଡାଲ ଅଧିକାରୀଙ୍କୁ ସଙ୍ଗରେ ନେଇ ନୂଆଗାଁ ବ୍ଲକ ମଧ୍ୟରେ କାର୍ଯ୍ୟରତ ଅମ୍ରିତ ସାରିବର କାର୍ଯ୍ୟସ୍ଥଳୀ ବୁଲାଇ ଦେଖାଇ ଥିଲେ. ଉଦୟପୁର, ଶିକ୍ରୀଡା, ହରିପୁର, ବେରୁଆଁବାରୀ, ମହୀପୁର ଇତ୍ୟାଦି ପଞ୍ଚାୟତ ମଧ୍ୟରେ ଅମ୍ରିତ ସରୋବର କାର୍ଯ୍ୟ ଚାଲିଛି. ସେସବୁକୁ ପରିଦର୍ଶନ କଲେ ନୋଡାଲ ଅଧିକାରୀ. ବିଡ଼ିଓଙ୍କ ସହିତ ନୂଆଗାଁ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିଅର ଓ ଏପିଓ ଉପସ୍ଥିତ ରହିଥିଲେ.
0 Comments