ନୂଆଗାଁ ବ୍ଲକ୍ ରେ ଗଡିଲା ବିଶ୍ଵ ପରିବେଶ ରଥ

 


ନୂଆଗାଁ: ଆନ୍ତର୍ଜାତିକ ମାଣ୍ଡିଆ ଦିବସ ଉପଲକ୍ଷେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରୁ ବିଶ୍ଵ ପରିବେଶ ଦିବସ ପାଳନ ଆରମ୍ଭ କରାଯାଇଛି।ଆତ୍ମା ଏବଂ ହାମ୍ସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ମିଳିତ ସହଯୋଗରେ ନୂଆଗାଁ ବ୍ଲକ୍ ରେ ଏକ ପରିବେଶ ରଥ କୁ ଉଦଘାଟନ କରାଯାଇଛି।ଏହି ରଥ ଗ୍ରାମ ମାନଙ୍କରେ ବୁଲି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କୃଷି ଓ କୃଷକ ଉପରେ ପଡ଼ୁଥିବା ପ୍ରଭାବ,ପରିବେଶ ସନ୍ତୁଳନ ପାଇଁ ଚାରା ରୋପଣ,ମାଣ୍ଡିଆ ଚାଷ ର ଗୁରୁତ୍ଵ ଆଦି ଉପରେ ଲୋକମାନଙ୍କୁ ସଚେତନ କରିଥିଲେ।ବ୍ଲକ୍ କୃଷି ବିଭାଗର ବିରେନ୍ଦ୍ର କୁମାର ମହାନ୍ତି,ସି ଡି ପି ଓ ଶୁଭ୍ରକେଶୀ ମଲିକ,ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପ ସଂଯୋଜିକା ସସ୍ମିତା ପଣ୍ଡା,ଶିଶୁ ଓ ମହିଳା ବିକାଶ ବ୍ଲକ୍ ପ୍ରକଳ୍ପ ସଂଯୋଜକ ସୁବ୍ରତ କୁମାର ସାହୁ ପ୍ରମୁଖ ରଥ କୁ ଉଦଘାଟନ କରିଥିଲେ। ହାମ୍ସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ବିଜୟ କୁମାର ମହାପାତ୍ର ଙ୍କ ସମେତ 

ସୁନିତା ଦାସଗୁପ୍ତା, ଜ୍ୟୋତିର୍ମୟୀ ସ୍ୱାଇଁ , ସୀପଲ ସେନାପତି,ବିରଞ୍ଚି ନାରାୟଣ ଚଂପତି,ବିଶ୍ଵନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Post a Comment

0 Comments