ଦିବ୍ୟାଙ୍ଗ ପିଲାଙ୍କର ଶାରୀରିକ ମାନସିକ ଉରନ୍ନତି ପାଇଁ ନୂଆଗାଁ ରେ ଉଦ୍ଘାଟିତ ହେଲା ଅନ୍ତର୍ନିବେଶି ସାଧନ କେନ୍ଦ୍ର

 



ନୂଆଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ଳୟ ମଧ୍ୟରେ ଆଜି ଅନୁଷ୍ଠାନିକ ଭାବରେ ଉଦ୍ଘାଟିତ  ହୋଇଯାଇଛି ଅନ୍ତର୍ନିବେଶି ସାଧନ କେନ୍ଦ୍ର। ସମଗ୍ର ଶିକ୍ଷା ଯୋଜନାରେ ସାଧାରଣ ବିଦ୍ୟାଳୟରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କର ଶିକ୍ଷା ପାଇଁ ଉପଲବ୍ଧ ସୁବିଧା ଓ ବ୍ୟବସ୍ଥା କରାଯାଇଛି  ଆଜିର ଏହି କାର୍ଯ୍ୟକ୍ରମଟି ବିଆରସିସି ଜୋଛନାରାନୀ  ସେଠିଙ୍କ  ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ବାଳକ ବାଳିକାଙ୍କ ଶାରୀରିକ ମାନସିକ ଅବିବୃଦ୍ଧି ନିମନ୍ତେ ଏହି ଅନ୍ତର୍ନିବେଶି ସାଧନ କେନ୍ଦ୍ର ଆରମ୍ଭ କରାଗଲା । ଏହି କେନ୍ଦ୍ରରେ ପିଲା ମାନଙ୍କ ଶାରୀରିକ ମାନସିକ ବିକାଶ   ପାଇଁ ରହିଛି ବିଭିନ୍ନ ସୁବିଧା ।   ବିଭିନ୍ନ ପ୍ରକାର ଫିଜୋଥେରପି ସୁବିଧା ରହିଛି ଯଥା ,ଅକୁପେସନାଲ ଫିଜୋଥେରାପି, ଫିଜିକାଲ ଫିଜୋଥେରାପି ,ସ୍ପିଚ ଥେରପି,ସାଇକେଳିଙ୍ଗ କରିବା ,ଡିଆଁ କୁଦ କରିବା ।


ଭଳି ବିଭିନ୍ନ ଉପକରଣ ରହି ଅଛି । ଆଜିର କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବରେ ନୂଆଗାଁ ବ୍ଲକ ସରପଞ୍ଚ ଅନିତା ପରିଡା,ସନମାନ୍ନିତ ଅତିଥି ଭ୍ବାରେ ସମିତିସଭ୍ୟା ଶ୍ରଦ୍ଧାଞ୍ଜଳି ଶାସମଲ ଯୋଗ ଦେଇଥିଲେ ଗୋଷ୍ଠୀସମ୍ବଳ ଶିକ୍ଷୟତ୍ରୀ – ବିସ୍ମିତା ବଡପାଲ ,ଇତିଶ୍ରୀ ତ୍ରିପାଠୀ ,ବିଶୁପ୍ରିୟା ଦାସ , ଗୋଷ୍ଠୀ ଶିକ୍ଷା କାର୍ଯ୍ୟ।ଳୟ ସମସ୍ତ କର୍ମଚାରୀ ବୃନ୍ଦ ,ଆଇ ଭଲୁଣ୍ଟର ଯୋଗ ଦେଇଥିଲେ ତତ ସହିତ ୨୦ ଜଣରୁ ଅଧିକ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହିଥିଲେ

 

 

 

Post a Comment

0 Comments