ନୂଆଗାଁ ଆକ୍ରମଣରେ ବୃଦ୍ଧା ଗୁରୁତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ କପତାପଲ୍ଲୀ ବିଟ ବରକୋଳା ହରିଜନ ସାହିରେ। ସବୁଦିନ ଭଳି ଆଜି ସକାଳୁ ଗୋବିନ୍ଦ ନାଏକ ଆମ୍ବ ଗୋଟାଇବା ଏବଂ କାଠ ପାଇଁ ପାଖ ଜଙ୍ଗଲକୁ ଜାଇଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ସବୁଦିନ ଭଳି ଆଜି ମଧ୍ୟ ଖୁସିରେ ଫେରିବି ବୋଲି ଭାବିଥିଲେ ଗୋବିନ୍ଦ କିନ୍ତୁ ରାସ୍ତାରେ ଏକ ବିରାଟ ହାତି ସହ ମୁହାଁମୁହିଁ ହୁଅନ୍ତି । ହାତିଟି ଗୋବିନ୍ଦ କୁ ଦେଖି ପାଖକୁ ଦୌଡ଼ ଆସି ବାମ ଗୋଡ଼ କୁ ଦଳିଦେଇ ଚାଲିଗଲା ହାତି l ଜୀବନ ବିକଳରେ ଦୁଈ କିମି ଗୁରୁଣ୍ଡି ଗୁରୁଣ୍ଡି ଆସିବା ପରେ ଗାଁ ର କିଛି ସ୍ତ୍ରୀ ଲୋକ ମଧ୍ୟ ଆମ୍ବ ଗୋଟାଇବା ପାଇଁ ଆସିଥିଲେ l ଗୋବିନ୍ଦଙ୍କ ଚିକ୍ତାର ଶୁଣି ପାଖକୁ ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ହୋଇ ଚିକ୍ତାର କରୁଛନ୍ତି । ମହିଳା ଦୁଇ ଜଣ ଗ୍ରାମବାସୀଙ୍କୁ ଜଣାଇବା ପରେ ବନବିଭାଗ ଓ ଗ୍ରାମର ଲୋକମାନେ ପହଞ୍ଚି ଗୋବିନ୍ଦଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଅତ୍ୟଧିକ ଗୁରୁତ୍ୱର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି.
ଏକ ମାସ ହବ ହାତି ମାନଙ୍କ ଚଳପ୍ରଚଳ ବନ ବିଭାଗ ତରଫରୁ ଗାଁ ଲୋକଙ୍କୁ ସୁଚନା ଦିଆଜାଇଥିଲା lକେବଳ ଯେ ବରକୋଳା ବିଟ ନୁହେଁ ଗୁମି ବିଟରେ ମଧ୍ୟ ଦେଖିବାକୁ ମିଳିଛି ହାତୀମାନଙ୍କର ଦୌରାତ୍ମା।
ସ୍ୱାସ୍ଥ୍ୟ କେନ୍ଦ୍ରରେ ବନବିଭାଗ କର୍ମଚାରୀ
0 Comments