ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଶିକ୍ଷା ବିଭାଗ ଅଧ୍ୟାପକ ଜୟକୃଷ୍ଣ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ,ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ , କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆଳ, ପ୍ରମୁଖ ଯୋଗଦେଇ ଥିଲେ. ପ୍ରାରମ୍ଭରେ ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ପାଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇ ଥିଲା ।
ଶିକ୍ଷକତା ଜୀବନରୁ ଆରମ୍ଭ କରି ସମାଜ ସେବାପାଇଁ ରାଜନୀତି ରେ ପାଦଦେଇଥିଲେ ରାୟ ବାବୁ.ପଞ୍ଚାୟତ ରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସଂଘର୍ଷ ମୟ ଜୀବନ ଅତିବାହିତ କରି ସଫଳତାର ଶୀର୍ଷରେ ପହଂଚି ଥିଲେ ରାୟ ବାବୁ.ନିଷ୍କପଟ ଜୀବନ ଶୈଳୀ ଓ ଭାଇଚାରର ପରିଚୟ ଦେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଜଣେ ସଫଳ ରାଜନୀତିକ ବାହାବରେ ପରିଚୟ ପାଇଥିଲେ.ନୂଆଗାଁ କଲେଜ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଲୋକସେବା କୁ କିପରି ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେ ଉପରେ ଆଲୋକପାତ କରିଥିଲେ।ସେହି ମହାନ ଆତ୍ମାଙ୍କର ଆଜି ହେଉଚି ସପ୍ତମ ଶ୍ରାଦ୍ଧବାର୍ଷିକୀ.ଆଜି ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ରହି ସେହି ମହାନ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ.
0 Comments