ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ବିଜୁଭବନ ଗୃହ ଶୁଭ ଉଦ୍ଘାଟନ

 


ବ୍ଲକ୍ ସଦରମହକୁମାରେ ଆଜି ଜନସମୁନ୍ଦ୍ର ଦେଖିବାକୁ ମିଳିଥିଲା କାରଣ ପ୍ରବାଦ ପୁରୁଷ ମହାନୟକ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ବିଜୁ ଯୁବ ଭବନ ଉଦଘାଟିତ ହୋଇ ଯାଇଛି।ଓଡିଶା ର 12 ଜଣ ବିଧାୟକ ନୂଆଗାଁ ମାଟିରେ ଉପସ୍ଥିତି ରେ ଆଞ୍ଚଲ ଚଳ ଚଞ୍ଚଲ ହୋଇପଡିଥିଲା । ଆବାଳ ବୃଦ୍ଧ ବନିତଙ୍କ ଉପସ୍ଥିତିରେ ସମସ୍ତ ବିଧାୟକଙ୍କୁ ଆଞ୍ଚଲ ବାସୀ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ନୂତନ ଭାବରେ ନିର୍ମାଣ ହୋଇଥିବା ବିଜୁଭବନ ଗୃଅହ ପରିସରରକୁ ନେଇଯାଇଥିଲେ । ଆଜିର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭା  ପାଠାଗାର କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବିଜୁ ଯୁବ ଭବନ ଉଦଘାଟନ କରିଥିଲେ।ତତ୍ ସହିତ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଦଶପଲ୍ଲା ବିଧାୟକ ଙ୍କ ପାଇଁ ଅଞ୍ଚଳ ବିକଶିତ ବୋଲି କହିଥିଲେ।

ସମ୍ମାନୀତ ଅତିଥି ଭାବେ  ବିଧାନସଭା ପାଠାଗାର କମିଟିର ସଦସ୍ୟ ତଥା  ବିଧାୟକ ବିକ୍ରମ ପଣ୍ଡା,ସତ୍ୟନାରାୟଣ ପ୍ରଧାନ ,ମଞ୍ଜୁଲତା  ସ୍ୱାଇଁ,ପ୍ରଦୀପ ଭିସାରୀ,ଆଦିତ୍ୟ ମାଢି, ପ୍ରସାନ୍ତ ବେହେରା, ମହିଧର ରଣା,ଅଙ୍ଗଦ କହଁର, ସାଲୁଗା ପ୍ରଧାନ ,ଦାଶରଥି ଗମାଙ୍ଗ,ସୂର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରତି ପଞ୍ଚାୟତ ରୁ  ଶହ ଶହ ଯୁବକ ,ଅଞ୍ଚଳର ବୁଦ୍ଧିଜୀବୀ  ଉପସ୍ଥିତ ଥିଲେ।ପ୍ରଥମେ ମହାନୟକ ବିଜୁବାବୁଙ୍କର ପ୍ରତିମୁର୍ଟିକୁ ଉନ୍ମୋଚନ କରଯାଇଥିଲା । ତତ ପରେ ସମସ୍ତ ବିଧାୟକ ନୂଆତନ ବିଜୁଭବନ ଉଦ୍ଘାଟନ କରିଥିଲେ । ଆଜିର ସଭାରେ ନୂଆଗାଁ ବ୍ଲକ୍ର ବହୁସଂଖ୍ଯାରେ  ବିଜୁ ପ୍ରେମୀ ଯୁବକ ମାନେ ଯୋଗଦେଇଥିଲେ   । ଶେଷରେ ମାନ୍ୟବର ବିଧାୟକ ସମସ୍ତ ଆଞ୍ଚଲ ବେସିନକୁ ଧନ୍ୟବାଦ ଦେଇଥିଲେ ।

Post a Comment

0 Comments