କାଳ ବୈଶାଖୀ ତାଣ୍ଡବ, ଗଛ ଇଲେଟ୍ରି ପୋଲ ପଡ଼ି ରାସ୍ତାରେ ଯାତାୟାତ ଠପ.

 


ନୟାଗଡ଼ ଜିଲ୍ଲା ସୋରଡ଼ା ଗ୍ରାମଠାରୁ ଜଗନ୍ନାଥପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଇଲେଟ୍ରିପୋଲ ଓ ଗଛ ପଡ଼ି ଯାତାୟାତ ଠପ ହୋଇଯାଇଛି କାରଣ ଆଜି ଆପ୍ରହ୍ନରେ ହଠାତ କଳବୈଶାଖୀ ମାଡି ଆସିଥିଲା. ହଠାତ ପ୍ରବଳ ମାତ୍ରାରେ ପବନ ସହିତ ବର୍ଷା ହୋଇଥିଲା. ଯଦ୍ୱାରା ସୋରଡ଼ା ହରିଜନ ସାହି ସମୁଖରେ ଥିବା ଶିଶୁ ଗଛ ସହିତ ଇଲେଟ୍ରି ପୋଲ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି. ଖବର ସଂଗ୍ରହ ପଯ୍ୟନ୍ତ ରାସ୍ତା ଉପରୁ ଇଲେଟ୍ରି ପୋଲ ଓ ଗଛ ପଡିରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଭବରେ ଠପ ହୋଇଯାଇଛି.

Post a Comment

0 Comments