ନୂଆଗାଁ ବ୍ଲକ ପରିସରରେ ଥିବା ସଭା ଗୃହରେ ଚତୁର୍ଥ ସାଧାରଣ ଅଧିବେଶନ ଅନୁଷ୍ଠିତ।। ଆଜିର ଏହି ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥିଭାବରେ ମାନ୍ୟବର ବିଧାୟକ ରମେଶ ଚନ୍ଦ୍ର ବେହେରା,ନୂଆଗାଁ ବ୍ଲକ ବିଡିଓ ସାଚିଦାନନ୍ଦ ମିଶ୍ର , ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଉପାଧକ୍ଷ ପର୍ଶୁରାମ ସ୍ୱାଇଁ,୧୭ ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ,୧୬ ଜିଲ୍ଲା ପରିଷଦ ସଭ୍ୟା ଜେସ୍ମିନ ଦାସ ,କନ୍ଧମାଳ ସାଂସଦ ପ୍ରତିନିଧି ବିଜୟ କୁମାର ଶାସମଲ ,ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ. ତତ ସହିତ ସମସ୍ତ ଲାଇନ୍ସ ବିଭାଗର ଅଧିକରୀ ଉପସ୍ଥିତ ରହିଥିଲେ । ବ୍ଲକ ମଧ୍ୟରେ ଥିବା ସମସ୍ତ ବିଭାଗ ଉପରେ ଆଲୋଚନା କରଯାଇଥିଲା । ତଥା ଜଳବିଭାଜିକା ମାଧ୍ୟମରେ ୨୨ ଗୋଟି ପଂଚାୟତ ମଧ୍ୟରେ ପିଇବା ପାଣି ସମସ୍ୟାକୁ ସମସ୍ତ ସରପଞ୍ଚ ସମିତିସଭ୍ୟମାନେ ଉଠାଇଥିଲେ । ଅଧିକାଂଶ ପଂଚାୟତ ମଧ୍ୟରେ ଏହି ସମସ୍ୟା ବ୍ୟାଧି ସୋରୂପ ଲାଗିରହିଛି । କୌଗ୍ରାମରେ ନଳକୂପ ଅକାମି ହେବାପରେ ଅଭିଯୋଗ ପରେ ବି କମାହେଉନଥିବାର ଅଭିଯୋଗ ହୋଇଥିଲା । ଅଧିକାଂଶ ସ୍ଥାନରେ ସୋଲାର ଜଳଯୋଗାଣ ଅକାମି ହୋଇପଡିଥିବାରୁ ପାଣି ମୁନ୍ଦିଏ ପାଇଁ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ପଂଚାୟତ ବାସି । ସେଥିପାଇଁ ମାନ୍ୟବର ବିଧାୟକ ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପ୍ରତି ୧୫ ଦିନରେ ଥରେ ପାନୀୟ ଜଳ ଉପରେ ଆଲୋଚନା କରିବା ପାଇଁ ନିର୍ଦେଶ ଦେଇଥିଲେ । ଆବାଶ ଯୋଜନାକୁ ମଧ୍ୟ ଗୁରୁତର ଭ୍ବାରେ ଆଲୋଚା କରାଯାଇ ଘର ପାଇ ନଥିବା ଜନସାଧାରଙ୍କୁ ତୁରନ୍ତ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାପାଇଁ ଆଲୋଚନା ହୋଇଥିଲା ।
ତତ ସହିତ କୃଷି,ରାସ୍ତା ,ଉଦ୍ୟାନ ,ଜଙ୍ଗଲ,ସ୍ୱାସ୍ଥ୍ୟ ,ଶିକ୍ଷା,ରାସନ ଉପରେ ସବିଶେଷ ଆଲୋଚନା କରଯାଇଥିଲା । ବିଧାୟକ ଶ୍ରୀ ବେହେରା ପଂଚାୟତରେ ଥିବା ବିଭିର୍ନ୍ନ ଉନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସେଗୁଡିକୁ କିଭଳି ଶୀଘ୍ର ଶେଷ କରାଯିବ ଗୁରୁତ୍ଵାରୋପ କରିଥିଲେ ।
0 Comments