ଦାସିଆ ଅଜା ପାଠ ଗାରକୁ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

 


ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟନାୟକ (ଦାସିଆ ଅଜା )ଙ୍କ ଦ୍ୱାରା ନୟାଗଡ଼ ଉଦୟପୁର ଠାରେ ପ୍ରତିଷ୍ଠିତ ବିଶ୍ୱ ପ୍ରସିଦ୍ଧ ପାଠାଗାର ସଂଗ୍ରାଳୟ ଓ ଗବେଷଣାକେନ୍ଦ୍ର ପରିଦର୍ଶନ କଲେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା.ଦାସିଆ ଅଜାଙ୍କ ସାଧନା ପୀଠରେ ପହଂଚି ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ. ପାଠାଗାର ମଧ୍ୟରେ ଦେଶବିଦେଶର ବହୁବର୍ଷର ନୂତନ, ପୁରାତନ ପୁସ୍ତକ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ. ଏହି ବିଶ୍ଵପ୍ରସିଦ୍ଧ ସାଂକୃତିକ ସମ୍ଭାର ପାଇଁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଭିତିଭୂମିର ଅତ୍ୟନ୍ତ ଆବଶ୍ୟକତା ପଡୁଥିବାର ବିଧ୍ୟାକ ହୃଦୟଙ୍ଗମ କରିଥିଲେ. ଏ ସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ ଦୀପକ ପଟନାୟକଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ ବିଧ୍ୟାୟକ. ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦାସିଆ ଅଜାଙ୍କ ବିଶ୍ୱବିକ୍ଷାତ ସଂକୃତି ସମ୍ଭାର ପାଇଁ ବିଶ୍ଵସ୍ତରୀୟ ଅତ୍ୟାଧୁନିକ ଭିତିଭୂମି ନିର୍ମାଣ ପାଇଁ ଏବଂ ଭୁବନେଶ୍ୱରରେ ଦାସିଆ ଅଜାଙ୍କର ଏକ ମୂର୍ତ୍ତି ନିର୍ମାଣ ନିମନ୍ତେ ବିଧାୟକ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ପ୍ରସ୍ତାବ ପ୍ରଦାନ ସହିତ ଏ ସମ୍ପର୍କରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ମାତପ୍ରକାଶ କରିଥିଲେ. ଉଦୟପୁର ପଞ୍ଚାୟତ ର ଜନସାଧାରାଙ୍କ ପକ୍ଷରୁ ଦାସିଆ ଅଜାଙ୍କ ସାଧନା ପୀଠରେ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.

Post a Comment

0 Comments