ହାତୀ ଆକ୍ରମଣରେ ଯୁବକ ମୃତ

 


ରଣପୁର, ୨୭।୦୪ : ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି | ସୂଚନା ଅନୁଯାୟୀ ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ଅଧିନସ୍ଥ ବନ୍ଧପଲ୍ଲା ଗ୍ରାମର ସ୍ବର୍ଗତ ଗୁରୁବାରୀ ଜେନାଙ୍କ ପୁଅ ଜଗବନ୍ଧୁ ଜେନା (୪୨) ଗତ କାଲି ରାତିରେ ନିଜ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ | ଏହି ସମୟରେ ହଠାତ ହାତୀ ଧାନ କିଆରୀ ମଧ୍ୟକୁ ପଶି ଆସିଥିଲେ.ଧାନ ଫସଲ କୁ ଖାଇ ବାର ଦେଖି ଥିଲେ |


ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ଜଗବନ୍ଧୁ. ସେ ସମୟରେ ହାତୀ ଆକ୍ରମଣରେ ଶିକାର ହୋଇ ଜଗବନ୍ଧୁଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି | ପରେ ପରିବାର ଲୋକେ ରଣପୁର ମେଡିକାଲକୁ ତାଙ୍କୁ ଆଣିଥିଲେ | ସେଠାରେ ଡାକ୍ତର ବୈଦ୍ୟନାଥ ନନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ | ପରେ ଖବର ପାଇ ପୁଲିସ ମେଡିକାଲ ରେ ପହଂଚି ଥିଲା | |

Post a Comment

0 Comments