ମହାନଦୀରେ ବୁଡ଼ି ଯାଉଥିବା ବେଳେ ଯୁବକକୁ ଉଦ୍ଧାର କଲେ ଅଗ୍ନିଶ୍ରମ କର୍ମଚାରୀ

 



ଗଣିଆ : ( ବିୟୁରୋ ) ରବିବାର ଅପରାହ୍ନରେ ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ସିଧାମୁଳା ନିକଟସ୍ଥ ମହାନଦୀରେ ବୁଡ଼ି ଯାଉଥିବା ବେଳେ ଜଣେ ଯୁବକକୁ ଗଣିଆ ଅଗ୍ନିଶମ୍ କର୍ମଚାରୀ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକ ଜଣକ ଗଣିଆ ବ୍ଲକ୍ କିଶୋରପ୍ରାସାଦ ପଞ୍ଚାୟତ ପୂର୍ଣଚନ୍ଦ୍ରପୂର୍ ଗ୍ରାମର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ପୁଅ ଦିପୁନା ସ୍ଵାଇଁ ବୋଲି ସୂଚନା ମିଳିଛି। ସୁଚନା ଥାଉକୀ ଆଜି ଅପରାହ୍ନରେ ଦୀପୁନା ସହିତ ସେହି ଗ୍ରାମର ଆଉ ତିନିଜଣ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଚାରିଜଣ ଗାଧୋଉଥିବା ବେଳେ ତିନିଜଣ ପାଣିରେ ପହ୍ନରିକି ଆସିଥିବା ବେଳେ ଦିପୁନ ପାଣିରେ ଭାସିଯାଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଗଣିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲ । ବିଭାଗର କର୍ମଚାରୀ ମାନେ ପହଞ୍ଚି ସଙ୍ଗେ ସଙ୍ଗେ ଲାଇଫ ଜ୍ୟାକେଟ ଓ ଟିୟୁବ ଧରି ନଦୀ ପାଣି ଭିତରକୁ ଯାଇ ବୁଡି ଯାଉଥିବା ଯୁବକକୁ ଉଦ୍ଧାର କରିଥିଲେ। ଯୁବକ ଜଣଙ୍କ କିଛି ସମୟ ବିଶ୍ରାମ ନେବାପରେ ସୁରକ୍ଷିତ ଅନୁଭବ କରିବା ପରେ ତାଙ୍କୁ ତାଙ୍କ ଘରେ ଛଡା ଯାଇଥିବା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମର ସାମଲ ସୂଚନା ଦେଇଛନ୍ତି।


Post a Comment

0 Comments