ନୟାଗଡ (ଦଶପଲ୍ଲା ଥାନା) ସୁବଳୟା ନିକଟରେ ବିଳମ୍ବିତ ରାତିରେ ଗଛରେ ପିଟିହେଲା ହାଇୱା ଗାଡି l ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି l ଗୁରୁତର ଡ୍ରାଇଭର ଜଣକ ବାରଙ୍ଗ ବଡମୁଣ୍ଡୁଳି ଗ୍ରାମର ସମୀର ନାଥ ବୋଲି ଜଣାପଡିଛି l ଗୁରୁତର ଡ୍ରାଇଭରଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ମିଳିଥିବା ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଏକ ମାଟି ବୋଝେଇ ହାଇୱା ଗାଡି 57ନଂ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ସୁବଳୟା ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା l ଫଳରେ ଗାଡ଼ି ଭିତରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ l ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଂଚି ଗାଡିକୁ କାଟି ଡ୍ରାଇଭରଙ୍କ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l
0 Comments