ନୂଆଗାଁ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

 



ନୂଆଗାଁ ବ୍ଲକ ସଭାଗୃହରେ ଆଜି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ,ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ଯରେ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ ସିଡିପିୟଙ୍କ ଶୁଭାକେଶୀ ମଲିକ ତତ୍ବାବଧାନରେ   ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି କମିଟିର ମୂଳଲକ୍ଷ ହେଲା ସ୍ଥାନୀୟ ଗୋଷ୍ଠୀ କିଛି ବ୍ୟକ୍ତି ମାନଙ୍କୁ ନେଇ ଗଠିତ ଗୃପ ଯାହା ଗୋଷ୍ଠୀର ଶିଶୁମାନଙ୍କୁ ଯେ କୌଣସି ଶୋଷଣ ,ନିର୍ଯ୍ୟାତନା ,ପକ୍ଷପାତିତା କିମ୍ବା ହିଂସାରୁ ସୁରକ୍ଷା ଦେବା କଥା ସୁନିଶ୍ଚିତ କରାଏ । ତତ ସହିତ ଶିଶୁ ମାଙ୍କ ପାଇଁ ସକାରାତ୍ମକ ଓ ଖୁଶିର ବାତାବରଣ ନିଶ୍ଚିତ କରିଥାଏ । ଭାରତର ପ୍ରତେକ ବ୍ଲକ ଓ ପଂଚାୟତ ମଧ୍ୟରେ କମିଟି ଗଠନ କରିବାକୁ ସମନ୍ଵିତ ଶିଶୁ ସୁରକ୍ଷା ଯୋଜନନ ବାଧ୍ୟତାମୂଳକ ବ୍ୟବସ୍ଥା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ।  ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏକ ଏଭଳି କମିଟି ଯାହାକି ,ବ୍ଲକ ଲୋକ ପ୍ରତିନିଧି ,ସରକାରୀ କର୍ମଚାରୀ ମାନ୍ୟଗଣ୍ୟ ବ୍ୟକ୍ତି ଓ ନାଗରିକ ସମାଜମାନଙ୍କୁ ନେଇ ଗଠିତ ହୋଇଥାଏ । ବ୍ଲକ ମଧ୍ୟରେ ଥିବା ସମସ୍ତ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗୁଡିକର କାର୍ଯ୍ୟ ପ୍ରାଣନିକୁ ପର୍ଯ୍ୟବେକ୍ଷଣ କରିବା ଏହାର ମୁଖ୍ୟ ଦାଇତ୍ଵ ।


ଏହି କମିଟି ରେ ବ୍ଲକ ଚେୟାରମ୍ୟାନ ଅଧକ୍ଷ ଭାବରେ କାମକରିବେ ଓ ସଭ୍ଯ ସଚିବ ଭ୍ବାରେ ବ୍ଲକ ଉନୟନ ଅଧିକାରୀ ରହିବେ । ସମନ୍ଵିତ ଶିଶୁ ବିକାଶ ଯୋଜନାର ପ୍ରତିନିଧି ଭାବରେ ସି ଡି ପି ଓ ସଦସ୍ୟ ରହିବେ । ଏ ସମସ୍ତ ବିଷୟରେ ନୂଆଗାଁ ସିଡିପିୟ ପ୍ରଶିକ୍ଷଣ ଦେଇଥିଲେ । ଆଜିର ଏହି ପ୍ରଶିକ୍ଷଣ ଶିବିରରେ ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ,ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟ ବେହେରା ,୧୬ ଓ ୧୭ ଜିଲ୍ଲା ପରିଷଦ ସଭ୍ଯ  ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ । ନୂଆଗାଁ ବ୍ଲକ୍ର ୨୨ ଗୋଟି ପଂଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।

 

Post a Comment

0 Comments