ତାରିଖ ୨୯/୦୪/୨୩, ଶନିବାର*
*୧-ସୂର୍ଯ୍ୟ ମନ୍ଦିର ବୁଲିଲେ ଜି ୨୦ ଅତିଥି, ଓଡ଼ିଶାର କଳା ସଂସ୍କୃତିକୁ କଲେ ପ୍ରଶଂସା।*
*୨-ଉପକୂଳରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ୨ ମୃତ।*
*୩-ଭୁବନେଶ୍ୱର:ଓଡ଼ିଶାରରେ ୭FM ରେଡ଼ିଓ ଟ୍ରାନ୍ସମିଟରର ହେଲା ଶୁଭାରମ୍ଭ।*
*୪-ପାଞ୍ଚଦିନ ଯାଏ ରାଜ୍ୟରେ ଜାରି ରହିବ କାଳ ବୈଶାଖୀ ପ୍ରଭାବରେ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।*
*୫-ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ହାୱଡ଼ାରୁ ପୁରୀ, ପୁରୀରୁ ହାୱଡ଼ା ଗଡ଼ିଲା ଟ୍ରେନ୍।*
*୬-ଭୁବନେଶ୍ୱର: କ୍ଷୀର ଲିଟର ପିଛା ୪ଟଙ୍କା ଓ ଛେନା କେଜି ପିଛା ୨୦ ଟଙ୍କା ବଢ଼ିଲା।*
*୭-କିସ୍ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିମାନ ବନ୍ଦରରେ ସ୍ୱାଗତ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।*
*୮-୧୫ଟି ସ୍ଥାନରେ ସେଣ୍ଟ୍ରାଲ GST ରେଡ୍, ୧୦ଟି ଖଣି ମାଲିକଙ୍କ ୧୫ଟି ସ୍ଥାନରେ ଚାଲିଛି ଚଢାଉ।*
*୯-କେନ୍ଦ୍ରାପଡା:ତରାସ ନୋଡାଲ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଲେ 5T ସଚିବ,ପାଠପଢା ନେଇ ପିଲାଙ୍କ ସହ କଲେ ଆଲୋଚନା।*
*୧୦-କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ : ୩ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ କଲେ ଦାବି।*
*୧୧-କଟକ:ଗୁପ୍ତଧନ କଥା କହି ୬୨ ଲକ୍ଷ ଟଙ୍କା ଲୁଟ୍। ଗିରଫ ହେଲା ନକଲି ତାନ୍ତ୍ରିକ ମୌଲାନା କୌଫିଖାନ୍।*
*୧୨-କଣ୍ଟାବାଞ୍ଜି: ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା।*
*୧୩-ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର ଜନ୍ମସ୍ଥାନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ।*
*୧୪-ବିଜେବି କଲେଜ ଛାତ୍ରଙ୍କୁ ହାଣିବା ଘଟଣା: ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଲା ବଡଗଡ଼ ଥାନା।*
*୧୫-ଗୋଟିଏ ପ୍ଲାଟଫର୍ମକୁ ଆସିବ ଦେଶର ୬୨ଟି ବୋର୍ଡ। ଜାତୀୟ ଶିକ୍ଷାନୀତି ଆଣିବ ନୂଆ ସଂସ୍କାର।*
*୧୬-ଉତ୍ତରାଖଣ୍ଡ:ହ୍ୟାଙ୍ଗ୍ ହୋଇଗଲା ଫୋନ୍ ,ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା !*
*୧୭-ହାଇସ୍କୋରିଂ ମ୍ୟାଚ୍ରେ ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ, ନେଲା ମଧୁର ପ୍ରତିଶୋଧ।*
*୧୮-ଆକାଂକ୍ଷିତ ଜିଲ୍ଲା ଓ ଉପାନ୍ତ ଅଞ୍ଚଳରେ ୯୧ଟି ଏଫଏମ ରେଡ଼ିଓ ପ୍ରସାରଣ କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।*
*୧୯-ମୁମ୍ବାଇ:ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୂରଜଙ୍କୁ କ୍ଲିନଚିଟ୍। ଅଭିନେତାଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ସିବିଆଇ କୋର୍ଟ।*
*୨୦--ଆକାଶପଥରୁ ମିଜାଇଲ,ରକେଟ ମାଡ଼୍। ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
0 Comments